www.samajalive.in
Saturday, December 13, 2025
21.1 C
Bhubaneswar

ପ୍ରଥମଥର ପାଇଁ ଖାଲିସ୍ତାନ ଆତଙ୍କବାଦକୁ ବିପଦ ବୋଲି ଘୋଷଣା କଲା କାନାଡ଼ା

ଟରୋଣ୍ଟୋ . – ପ୍ରଥମଥର ପାଇଁ କାନାଡା ଖାଲିସ୍ତାନ ଆତଙ୍କବାଦକୁ ବିପଦ ବୋଲି ଘୋଷଣା କରିଛି । କାନାଡାରେ ଖାଲିସ୍ତାନ ଆତଙ୍କବାଦକୁ ବହୁ ପୂର୍ବୁର ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୋଗ ହୋଇଥିଲା । ଭାରତର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ଏପରି ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାରମ୍ବାର ଦାବି ହୋଇଆସୁଥିଲା । ଜଷ୍ଟିନ ଟ୍ରୁଡେଉଙ୍କ ସରକାରରେ କାନାଡାରେ ପ୍ରଥମଥର ପାଇଁ ଖାଲିସ୍ତାନ ଆତଙ୍କବାଦକୁ ଦେଶ ପ୍ରତି ବିପଦ ବୋଲି ଘୋଷଣା କରିଛନ୍ତି।

୨୦୧୮ ମସିହାରେ କନାଡା ସରକାରଙ୍କ ପକ୍ଷରୁ  ଦେଶ ପ୍ରତି ବିପଦ ସୃଷ୍ଟି କରୁଥିବା ବିଭିନ୍ ଗୋଷ୍ଠୀଙ୍କ  ବିରୋଧରେ ଖାଲିସ୍ତାନ ଆତଙ୍କବାଦ ବିଷୟରେ ବର୍ଣ୍ଣନା କରାଯାଇଛି । ରିପୋର୍ଟରେ  ଦେଶରେ ହିଂସା ସୃଷ୍ଟି କରୁଥିବା ତତ୍ୱଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିବା ପାଇଁ  ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି , ସେଥିରେ ଖାଲିସ୍ତାନ ଆତଙ୍କବାଦ କଥା ଉଲ୍ଲେଖ ରହିଛି ।

- Advertisement -

କାନାଡାରେ ଶିଖ ଆତଙ୍କବାଦ(ଖାଲିସ୍ତାନୀ) କମ୍ ଥିଲେ ମଧ୍ୟ ଏହା ଚିନ୍ତାର ବିଷୟ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଆଇଏସ୍‌ଆଇଏସ୍‌  ଓ ଅଲ୍‌କାଏଦା ପକ୍ଷରୁ କନାଡାକୁ ସର୍ବାଧିକ ବିପଦ ଥିବା କଥା ଏହି ରିପୋର୍ଟରେ ସୂଚନା ଦିଆଯାଇଛି। କିଛି ଲୋକ ଖାଲିସ୍ତାନ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି ।

କୌଣସି ପ୍ରକାର ହିଂସା ଓ ହିଂସାକୁ ପ୍ରୋତ୍ସାହନ ଦେବା ପରି ଗୋଷ୍ଠୀଙ୍କର କାନାଡାରେ କୌଣସି ସ୍ଥାନ ନାହିଁ ବୋଲି ଏହାର  ସାଧାରଣ ସୁରକ୍ଷା ମନ୍ତ୍ରୀ ରାଲ୍ଫ ଗୁଡାଲେ କହିଛନ୍ତି । ଦେଶର ଆତଙ୍କବାଦୀ  ତାଲିକାରେ ପୂର୍ବରୁ ବାବାର ଖାଲସା ଇଣ୍ଟର ନ୍ୟାସନାଲ୍‌ ଓ ଶିଖ୍‌ ୟଥ୍‌ ଫେଡେରେସନ୍‌କୁ ସାମିଲ କରାଯାଇଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories