www.samajalive.in
Monday, December 8, 2025
24.1 C
Bhubaneswar

ଅଭିଲେଖାଗାର କ୍ଷେତ୍ରରେ ସହଯୋଗ କରିବାକୁ ଭାରତ ଓ ଓମାନ ରାଜି

ଡେସ୍କ: ଅଭିଲେଖାଗାର କ୍ଷେତ୍ରରେ ସହଯୋଗ କରିବାକୁ ଭାରତ ଓ ଓମାନ ରାଜି ହୋଇଛନ୍ତି। ଭାରତୀୟ ଜାତୀୟ ଅଭିଲେଖାଗାରର ଏକ ପ୍ରତିନିଧି ଦଳ ଫେବ୍ରୁଆରି ୨୧ ଓ ୨୨ ତାରିଖରେ ଓମାନର ଅଭିଲେଖାଗାର ପ୍ରାଧିକରଣ ପରିଦର୍ଶନ କରିଥିଲେ। ଆର୍କାଇଭେଲ୍ କ୍ଷେତ୍ରରେ ପାରସ୍ପରିକ ସହଯୋଗର ସମ୍ଭାବନା ଖୋଜିବା ଉଦ୍ଦେଶ୍ୟରେ ଏହି ଗସ୍ତ ହୋଇଥିଲା। ଭାରତୀୟ ପ୍ରତିନିଧି ଦଳ ଜାତୀୟ ଅଭିଲେଖାଗାରରେ ଉପଲବ୍ଧ ଓମାନ ସମ୍ବନ୍ଧୀୟ ୭୦ଟି ଚୟନିତ ଦସ୍ତାବିଜର ତାଲିକା ପ୍ରଦାନ କରିଥିଲେ। ଏଥିରେ ୧୭୯୩ରୁ ୧୯୫୩ ପର୍ଯ୍ୟନ୍ତ ବିଭିନ୍ନ ବିଷୟର ଦସ୍ତାବିଜ ରହିଛି। ଏହି ପ୍ରତିନିଧି ଦଳ ଭାରତୀୟ ପ୍ରବାସୀ ସମ୍ପ୍ରଦାୟର ପ୍ରତିନିଧିମାନଙ୍କୁ ଭେଟିଥିଲେ, ଯେଉଁମାନେ ପିଢ଼ି ପିଢ଼ି ଧରି ଓମାନର କିଛି ଅଂଶରେ ରହୁଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସମୃଦ୍ଧ ବ୍ୟକ୍ତିଗତ ଅଭିଲେଖାଗାର ଅଛି।

ଲାରା ସୁପର ଥର୍ମାଲ ପାୱାର ଷ୍ଟେସନ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories