ଲାରା ସୁପର ଥର୍ମାଲ ପାୱାର ଷ୍ଟେସନ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡିଓ କନଫରେନ୍ସିଂ ଜରିଆରେ ଛତିଶଗଡ଼ର ରାୟଗଡ଼ଠାରେ ଜାତୀୟ ତାପଜ ଶକ୍ତି ନିଗମ, ଏନଟିପିସିର ୧୬୦୦ ମେଗାୱାଟ ବିଶିଷ୍ଟ ଲାରା ସୁପର ଥର୍ମାଲ ପାୱାର ଷ୍ଟେସନର ପ୍ରଥମ ପର୍ଯ୍ୟାୟକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ। ଶକ୍ତି ମନ୍ତ୍ରଣାଳୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୫ ହଜାର ୮୦୦ କୋଟି ଟଙ୍କା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୫ ହଜାର ୫୩୦ କୋଟି ଟଙ୍କା ବିନିଯୋଗ କରାଯିବ।
ଋଷରେ ଥିବା ଭାରତୀୟଙ୍କୁ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ
ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରୁ ଛତିଶଗଡ଼କୁ ୫୦ ପ୍ରତିଶତ ବିଜୁଳି ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ଦ୍ୱାରା ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୋଆ, ଦାମନ ଓ ଦିଉ, ଦାଦ୍ରା ଓ ନଗର ହାଭେଲି ସମେତ ଅନ୍ୟାନ୍ୟ ରାଜ୍ୟର ବିଦ୍ୟୁତ ବ୍ୟବସ୍ଥାରେ ଉନ୍ନତି ଆସିବ। ସେହି ପ୍ରକଳ୍ପ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି କରିବ ବୋଲି ମନ୍ତ୍ରଣାଳୟ କହିଛି।
Comments are closed.