www.samajalive.in
Tuesday, December 9, 2025
16.1 C
Bhubaneswar

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡା ସଂସଦ ର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ଦୁଇ ଦିନିଆ ବାର୍ଷିକ ସାଂସ୍କୃତିକ ଉତ୍ସବ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଦ୍ଵିତୀୟ ତଥା ଉଦଯାପନୀ ଦିବସର ସଂଧ୍ୟାକୁ ଆଜି ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ।

କାଯ୍ୟକ୍ରମରେ ଯୋଗ ଦାନ ଅବସରରେ ଶ୍ରୀ ଜେନା କହିଥିଲେ ଯେ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ମାନବ ସମ୍ବଳ ପରିଚାଳନା, ପେନସନ ମାମଲା ଠାରୁ ଆରମ୍ଭ କରି ଜମିଜମା ସଂକ୍ରାନ୍ତୀୟ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଭାଗରେ କରାଯାଉଥିବା ବେଳେ କାର୍ଯ୍ୟବ୍ୟସ୍ତ ଜୀବନ ଶୈଳୀ ମଧ୍ୟରେ ସାଂସ୍କୃତିକ ଓ କ୍ରୀଡା ଆଦି କାର୍ଯ୍ୟ କ୍ରମର ଆୟୋଜନ ସଂସଦର ପ୍ରଶଂସନୀୟ ପ୍ରୟାସ। କର୍ମମୟ ଜୀବନରେ ମନୋରଞ୍ଜନର ଆବଶ୍ୟକତା ରହିଛି।

- Advertisement -

ଏହା ମନକୁ ହାଲୁକା କରିବା ସହ କର୍ମଚାରୀଙ୍କ ମଧ୍ୟରେ ଏକତା ଓ ଭ୍ରାତୃତ୍ୱ ବଜାୟ ରଖିବାରେ ସହାୟକ ହୋଇଥାଏ।ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦୀର୍ଘ ବର୍ଷ ଧରି ବାର୍ଷିକ ସଂସ୍କୃତିକ ଉତ୍ସବ ଆୟୋଜନ କରୁଥିବା ଆନନ୍ଦର କଥା ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ସେ ସଂସଦ ଦ୍ୱାରା ଆୟୋଜିତ କ୍ରୀଡ଼ା,କଳା ଓ ଅନ୍ୟାନ୍ୟ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର ଶ୍ରୀ ହିମାଂଶୁ ଭୂଷଣ ପଣ୍ଡା ଯୋଗଦେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଆୟୋଜନ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ନାଟ୍ୟ ପରମ୍ପରା,ସାମାଜିକ ଓ ସାଂସ୍କୃତିକ ଐତିହ୍ୟ ବଜାୟ ରହିଛି ବୋଲି ପ୍ରକାଶ କରିଥିଲେ।

ସାଂସ୍କୃତିକ ଓ କ୍ରୀଡା ସଂସଦ ର କାର୍ଯ୍ୟକାରୀ ସଭାପତି ଶ୍ରୀ ଚିତ୍ତରଞ୍ଜନ ପଣ୍ଡା, ସାଧାରଣ ସମ୍ପାଦକ ଅମୀୟ କୁମାର ଦାସ ବକ୍ତବ୍ୟ ରଖିଥିଲେ। ସଭା ପରେ ପରେ ସଂସଦ ତରଫରୁ ନାଟକ “କିଏ କାହାର” ପରିବେଷଣ କରାଯାଇଥିଲା। ନାଟ୍ୟକାର ତଥା ନିର୍ଦ୍ଦେଶକ ଶ୍ରୀ ମଳୟ ରାଉତଙ୍କ ନିର୍ଦ୍ଦେଶନା ରେ ସଂସଦ ର କଳାକାର ମାନଙ୍କ ଦ୍ୱାରା ଦୁଇ ଦିନ ଧରି ଅନୁଷ୍ଠିତ ଏହି ନାଟକକୁ ଭରପୁର ଦର୍ଶକ ଉପସ୍ଥିତ ରହି ଉପଭୋଗ କରିଥିଲେ ।

ପ୍ରକାଶ ଥାଉକି ଗତକାଲି ସଂସଦ ର ବାର୍ଷିକ ଉତ୍ସବରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତଥା ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତଥା ଓଡ଼ିଶା ମୋ ପରିବାର ର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ରାଉତରାଏ, ଜିଏପିଜି ବିଭାଗ ମାହାଲ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ମନୋଜ କୁମାର ମହାନ୍ତି ଯୋଗ ଦେଇଥିଲେ। ଉଦଯାପନୀ ସନ୍ଧ୍ୟା ରେ ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ତିଳୋତ୍ତମା ରଣା ଓ ନିବେଦିତା ପାଠକ ସଂଯୋଜନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories