www.samajalive.in
Saturday, December 13, 2025
15.1 C
Bhubaneswar

ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବ୍ୟାପୀ ୬୬୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର କଲେ ଶୁଭାରମ୍ଭ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪୮ଟି ବହୁମୁଖୀ ଇନଡୋର ଷ୍ଟାଡିୟମ, କଟକ ଟେବୁଲ ଟେନିସ୍ ଏକାଡେମୀ, ରାଉରକେଲା ଜିମ୍ନାଷ୍ଟିକ୍ ଏକାଡେମୀ ଓ ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ର ସମେତ ୬୬୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ୧୧ଟି କ୍ରୀଡ଼ା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। କ୍ରୀଡ଼ା କ୍ଷେତ୍ରକୁ ତୃଣମୂଳସ୍ତରରୁ ଏଲିଟ୍ ସ୍ତରରେ ପରିଣତ କରିବା ପାଇଁ ୫-ଟି ପଦକ୍ଷେପ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ ହାତକୁ ନିଆଯାଇଛି।

ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ଓଡ଼ିଶାରେ ୪୮ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି । ବହୁମୁଖୀ ଇନଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଯୋଗ, ଚେସ୍, ଭାରୋତ୍ତୋଳନ, ଜିମ୍ ଆଦି କ୍ରୀଡ଼ା ପାଇଁ କୋର୍ଟ, ରୁମ୍ ସହ ବିଭିନ୍ନ ସୁବିଧା ସୁଯୋଗ ରହିବ। ଏହାବ୍ୟତୀତ ଭବାନୀପାଟଣାରେ ଏକ ଉନ୍ନତ ବହୁମୁଖୀ ଇନଡୋର ହଲ୍ ମଧ୍ୟ ଉଦ୍ ଘାଟିତ ହୋଇଛି।

- Advertisement -

ଓଡ଼ିଶାର ଯୁବ ପିଢ଼ିଙ୍କ ମଧ୍ୟରେ ରହିଛି ଅନେକ ପ୍ରତିଭା । କଟକ ଟେବୁଲ ଟେନିସ ଏକାଡେମୀରେ ୧୬ଟି ପ୍ରିମିୟମ କ୍ୱାଲିଟି ଟିଟି ଟେବୁଲ ସହିତ ଏକ ସମ୍ପୂର୍ଣ୍ଣ ସୁସଜ୍ଜିତ ଜିମ୍ନାସିୟମ୍ ଏବଂ ଏକ ଉତ୍ସର୍ଗୀକୃତ ଭାରୋତ୍ତୋଳନ କକ୍ଷ ରହିଛି। ଏହି କେନ୍ଦ୍ରରେ ଚେସ୍ ପ୍ରେମୀଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ସହିତ ଯୋଗ ଏବଂ ଜୁମ୍ବା ପାଇଁ ସ୍ୱତନ୍ତ୍ର ଭାବରେ ନିର୍ମିତ ସ୍ଥାନ ମଧ୍ୟ ରହିଛି । ଯାହା ସୁସ୍ଥତା ଏବଂ ଫିଟନେସ୍ ପାଇଁ ଏକ ପ୍ରମୁଖ ମାଧ୍ୟମ ସୃଷ୍ଟି କରିବ । ଓଡ଼ିଶା ଟେବୁଲ ଟେନିସ୍ ଏକାଡେମୀ ବ୍ୟତୀତ ଏହା ରାଜ୍ୟରେ ଟିଟିକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ରାଉରକେଲା ଜିମ୍ନାଷ୍ଟିକ୍ସ ଏକାଡେମୀ ଜିମ୍ନାଷ୍ଟିକ୍ସ ରାଜ୍ୟ ଇକୋସିଷ୍ଟମକୁ ଏକ ନୂଆ ଦିଶା ପ୍ରଦାନ କରିବ । ଏଠାରେ ଅନ୍ତର୍ଜାତୀୟ ମାନର ଉପକରଣ ସହିତ ଭାରୋତ୍ତୋଳନ, ଟେବୁଲ ଟେନିସ, ଯୋଗ ଏବଂ ଜିମ୍ ର ସୁବିଧା ମଧ୍ୟ ରହିଛି ।

ହକି ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ଛୋଟ ପିଲାମାନଙ୍କୁ ପ୍ରତିଯୋଗିତାମୂଳକ ପରିବେଶର ଶୀଘ୍ର ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳ ଓ ଆଦିବାସୀ ଅଂଚଳରେ ସିନ୍ଥେଟିକ୍ ଟର୍ଫ ସହ ହକି ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଦ୍ଘାଟିତ ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ର (ଏଚ୍ ଟି ସି )ରେ ବିଶେଷଜ୍ଞ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ପେସାଦାର ପ୍ରଶିକ୍ଷଣ ଦିଆଯିବ। ଏହାକୁ ମିଶାଇ ରାଜ୍ୟରେ ଏବେ ୨୩ଟି ଏଚ୍ ଟି ସି (ସୁନ୍ଦରଗଡ଼-୧୭, ସମ୍ବଲପୁର-୨, ଯାଜପୁର-୧, କଟକ-୧, ଗଞ୍ଜାମ-୧ ଓ ଭୁବନେଶ୍ୱର-୧) ରହିଛି।

ରେମୁଣା, ବାଲିଗୁଡା, ଟିଟିଲାଗଡ଼ ଓ କରଞ୍ଜିଆରେ ୪ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ସମେତ ୧୧ଟି କ୍ରୀଡ଼ା ଭିତ୍ତିଭୂମିର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ଏଥି ସହିତ ଭଦ୍ରକରେ ଇନ୍ ଡୋର ସୁଇମିଂ ପୁଲ୍, କଟକରେ ଫୁଟବଲ୍ ଟ୍ରେନିଂ ସେଣ୍ଟର, ଇନ୍ ଡୋର ସୁଇମିଂ ପୁଲ୍ ଓ ବାସ୍କେଟବଲ୍ କୋର୍ଟ, କେନ୍ଦ୍ରାପଡ଼ାର ଆଳିରେ ଥିବା ମହିଳା ଫୁଟବଲ୍ ପ୍ରଶିକ୍ଷଣ କେନ୍ଦ୍ର ଓ ଦେବଗଡ଼ର ହକି ପ୍ରଶିକ୍ଷଣ କେନ୍ଦ୍ର, ବାରିପଦା ଷ୍ଟାଡିୟମର ଉନ୍ନତିକରଣ, ଭଦ୍ରକର ନେହେରୁ ଷ୍ଟାଡିୟମର ଉନ୍ନତିକରଣ ଇତ୍ୟାଦି ପାଇଁ ଶିଳାନ୍ୟାସ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆମେ ଯୁବ କ୍ରୀଡ଼ାବିତମାନଙ୍କୁ ସର୍ବୋତ୍ତମ କ୍ରୀଡ଼ା ସୁବିଧା ଯୋଗାଇ ଦେବାକୁ ଚାହୁଁଛୁ, ଯାହାଦ୍ୱାରା ସେମାନେ ସେମାନଙ୍କ ର ସାମର୍ଥ୍ୟକୁ ଉପଲବ୍ଧ କରି ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣିପାରିବେ। ମୁଁ ଆଶା କରୁଛି ଯେ ଆଜି ଶୁଭାରମ୍ଭ ହୋଇଥିବା କ୍ରୀଡ଼ା ଭିତ୍ତିଭୂମି ରାଜ୍ୟର କ୍ରୀଡ଼ା ବିକାଶକୁ ଏକ ବଡ଼ ଗତି ପ୍ରଦାନ କରିବ।
୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍ ଉପସ୍ଥିତ କିଛି କ୍ରୀଡ଼ାବିତଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ କ୍ରୀଡ଼ା ଉଦ୍ୟମକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଭୁବନେଶ୍ବର ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏହି ଉତ୍ସବରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁରକାନ୍ତି ବେହେରା, ବିଏମସି ମେୟର ସୁଲୋଚନା ଦାସ, ଉନ୍ନୟନ କମିସନର ଅନୁ ଗର୍ଗ, କ୍ରୀଡ଼ା ଓ ଯୁବସେବା ସଚିବ ଭିନୀଲ କ୍ରିଷ୍ଣାଙ୍କ ସମେତ ଅନ୍ୟ ଅଧିକାରୀ ଓ କ୍ରୀଡ଼ାବିତ୍ ମାନେ ଉପସ୍ଥିତ ଥିଲେ।

ପ୍ରାୟ ୬୦ଟି ସ୍ଥାନରେ ଭିଡିଓ କନଫରେନ୍ସିଂ ଜରିଆରେ ଜନପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟକ ପ୍ରଶିକ୍ଷକ, ଖେଳାଳି ଓ ସାଧାରଣ ଜନତା ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories