www.samajalive.in
Sunday, December 14, 2025
14.1 C
Bhubaneswar

ଡବ୍ଲ୍ୟୁପିଏଲ୍‌ ଆଜିଠାରୁ: ଦିଲ୍ଲୀ-ମୁମ୍ବଇ ଉଦ୍‌ଘାଟନୀ ଲଢ଼େଇ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଦ୍ବିତୀୟ ସଂସ୍କରଣ-୨୦୨୪ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏଥିରେ ୫ଟି ଦଳ ଦିଲ୍ଲୀ କ୍ୟାପିଟାଲ୍‌ସ, ଗୁଜରାଟ ଜାଏଣ୍ଟ୍‌ସ, ମୁମ୍ବଇ ଇଣ୍ଡିଆନ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ୱାରିୟର୍ସ ଅଂଶଗ୍ରହଣ କରିଛନ୍ତି। ମ୍ୟାଚ ଗୁଡ଼ିକ ବାଙ୍ଗାଲୋରର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମ ଓ ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡ଼ିୟମରେ ଖେଳାଯିବ। ମ୍ୟାଚ ଗୁଡ଼ିକ ରାତି ୭ଟା୩୦ରୁ ଖେଳାଯିବ। ଏଥିରେ ମୋଟ୍‌ ୨୨ଟି ମ୍ୟାଚ ଖେଳାଯିବ।

ପ୍ରତ୍ୟେକ ଦଳ ପ୍ରତ୍ୟେକଙ୍କ ସହିତ ଦୁଇଥର ଲେଖାଏଁ ମ୍ୟାଚ ଖେଳିବେ। ପ୍ରତି ଦଳ ୮ଟି ମ୍ୟାଚ ଖେଳିବେ। ଲିଗ୍‌ ପର୍ଯ୍ୟାୟରେ ୨୦ଟି ମ୍ୟାଚ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଖେଳାଯିବ। ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିବା ଦଳ ସିଧାସଳଖ ଫାଇନାଲକୁ ଉନ୍ନୀତ ହେବ। ଦ୍ବିତୀୟ ଓ ତୃତୀୟ ସ୍ଥାନ ଦଳ ମଧ୍ୟରେ ଏଲିମିନେଟର ମ୍ୟାଚ ମାର୍ଚ୍ଚ ୧୫ରେ ଖେଳାଯିବ। ଏଥିରୁ ବିଜେତା ଦଳ ଟେବୁଲର ଶୀର୍ଷ ସ୍ଥାନରେ ଥିବା ଦଳକୁ ନେଇ ଫାଇନାଲ ମାର୍ଚ୍ଚ ୧୭ରେ ଦିଲ୍ଲୀରେ ଖେଳାଯିବ। ଶୁକ୍ରବାର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମୁମ୍ବଇ ଇଣ୍ଡିଆନ୍‌ସ-ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଅଷ୍ଟ୍ରେଲିଆର ମେଗ୍‌ ଲାନିଙ୍ଗ ଦିଲ୍ଲୀ କ୍ୟାପିଟାଲ୍‌ସର ଅଧିନାୟିକା ରହିଛନ୍ତି। ଦଳରେ ଅନ୍ୟ ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ଲାଉରା ହାରିସ, ଜେମିମା ରୋଡିଗ୍ବେଜ, ଶେଫାଳି ବର୍ମା, ଜିସ୍‌ ଜାନସେନ,ଆନାବେଲ ସଦରଲାଣ୍ଡ, ତାନିଆ ଭାଟିଆ, ଶିଖା ପାଣ୍ଡେ,ପୁନମ ଯାଦବ ପ୍ରମୁଖ ରହିଛନ୍ତି। ପ୍ରଶିକ୍ଷକ ଭାବେ ଜୋନାଥନ ବାର୍ଟି ରହିଛନ୍ତି। ସେହିପରି ମୁମ୍ବଇ ଇଣ୍ଡିଆନ୍‌ସର ହରମନପ୍ରୀତ କୌର ଅଧିନାୟିକା ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆମିଲା କେର୍‌, ହେଲ୍‌ଲି ମାଥ୍ୟୁସ, ନାଟ୍‌ ସ୍କିଭର ବ୍ରଣ୍ଟ, ପୂଜା ବତ୍ସାକାର, ୟାସ୍ତିକା ଭାଟିଆ, ସବନିମ୍‌ ଇସମାଇଲଙ୍କ ଭଳି ଖେଳାଳି ରହିଛନ୍ତି। ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଚାର୍ଲୋଟ ଇଡୱାର୍ଡସ ରହିଛନ୍ତି। ସେହିପରି ବେଥ୍‌ ମୁନି ଗୁଜରାଟ ଜାଏଣ୍ଟ୍‌ସର, ସ୍ମୃତି ମାନ୍ଧାନା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଆଲିସା ହେଲି ୟୁପି ୱାରିୟର୍ସର ଅଧିନାୟିକା ରହିଛନ୍ତି। ସୂଚନାଯୋଗ୍ୟ, ଡବ୍ଲ୍ୟପିଏଲର ପ୍ରଥମ ସଂସ୍କରଣ-୨୦୨୩ରେ ମୁମ୍ବଇ ଇଣ୍ଡିଆନ୍‌ସ ଚମ୍ପିଆନ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ରନର୍ସଅପ ହୋଇଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories