ଶୁକ୍ରବାର ରାଶିଫଳ: ରହିଛି ଅର୍ଥ ପ୍ରାପ୍ତି ଯୋଗ, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ସର୍ବତ୍ର ପୂଜ୍ୟସ୍ପଦ ହେବେ। ଜଣେ ପ୍ରମୁଖ ବକ୍ତାଭାବେ ଶ୍ରୋତାମାନଙ୍କ ହୃଦୟ ଜୟ କରିପାରନ୍ତି। ଶାସ୍ତ୍ର ବିଦ୍ୟାରେ ଭୂଷିତ ହୋଇପାରନ୍ତି। ଦ୍ବିଜାନୁରକ୍ତ ହେବେ। ବିନୟୀ ସ୍ବଭାବସମ୍ପନ୍ନ ହେବେ। ସୁସ୍ଥ ରହିବେ।

ବୃଷ- ଧର୍ମ ଧ୍ବଜାଧାରୀ ହୋଇପାରନ୍ତି। କୁଳ ପ୍ରଧାନ ହେବେ। ଜଣେ ପରୋପକାରୀ ଓ ସମାଜସେବୀଭାବେ ପ୍ରଶଂସାର ପାତ୍ର ହେବେ। ଅତିଥିମାନଙ୍କୁ ପୂଜ୍ୟପୂଜାର ସମ୍ମାନ ଦେଇ ସତ୍କାର କରିବେ।

ମିଥୁନ- ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଧନାଗମର ସ୍ବପ୍ନ ସାକାର ହେବ। ପ୍ରତ୍ୟେକ କାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦନ କରିବାରେ ସମର୍ଥ ହେବେ। ବିବିଧ ଧନଯୁକ୍ତ ହେବେ। ଯାନବାହନ ସୁଖ ମିଳିପାରେ।

କର୍କଟ- ଧନ ପ୍ରାପ୍ତି ନିମନ୍ତେ, ଶତ୍ରୁର ବିନାଶ କରିପାରନ୍ତି। ସ୍ନେହ, କରୁଣା ଓ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ତେଜିୟାନ୍‌ ହେବେ। ବନ୍ଧୁ ବିପଦଗ୍ରସ୍ତ ହୋଇଥିବାର ଖବର ପାଇବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ସିଂହ- ସରକାରୀ ପରାମର୍ଶଦାତାଭାବେ ମାର୍ଗ ଦର୍ଶନ କରିବାରେ ପାରଙ୍ଗମ ହେବେ। ସ୍ବୀକୃତିସମ୍ପନ୍ନ ହୋଇପାରନ୍ତି। ସକଳ ଶାସ୍ତ୍ରଜ୍ଞାତା, ବ୍ରତ କର୍ତ୍ତା ଓ ଦେବ ବ୍ରାହ୍ମଣ ପରାୟଣ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

କନ୍ୟା- ନିରୋଗ ରହିବା ସହ ନିରାମୟ ଜୀବନଯାପନ କରିପାରନ୍ତି। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। ପ୍ରସନ୍ନତା ଲାଭ କରିବେ।

ତୁଳା- ଶାସ୍ତ୍ରାଭ୍ୟାସୀ ହୋଇପାରନ୍ତି। ବିନୀତ ସ୍ବଭାବର ହେବେ। ପତ୍ନୀଙ୍କ ଧନରେ ସୁଖ ଭୋଗ କରିବେ। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। କାବ୍ୟକର୍ତ୍ତା ହେବା ଲକ୍ଷଣ ପରିସ୍ଫୁଟ ହେଉଛି। ଅବିବାହିତ ଥିଲେ ବାହାଯାତ୍ରା ଫିଟିବ।

ବିଛା- ନୀତି ବିଶାରଦ ହେବେ। ମହାନ୍‌ ଯଶ ଅର୍ଜନ କରିପାରନ୍ତି। ଗୁଣଜ୍ଞ ହେବେ। ଧର୍ମୀୟ ତୀର୍ଥ ଭ୍ରମଣ ଯୋଗ ଅଛି। ସଦାସର୍ବଦା ସତ୍ୟ ସାଧକ ଓ ଶୂଚିଯୁକ୍ତ ହେବେ। ଶିଳ୍ପ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ।

ଧନୁ- ଶତ୍ରୁଙ୍କ ଉପରେ ବିଜୟ ହାସଲ କରି ଆଶ୍ବସ୍ତ ହେବେ। ଜ୍ଞାନରୂପକ ଶସ୍ତ୍ର ପ୍ରୟୋଗ କରି ସଂଗ୍ରାମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। କ୍ଷମା ସାଗର ହେବେ। ସଦାସର୍ବଦା ଶୁଦ୍ଧପୁତ ଓ ଶୌଚାଦିଯୁକ୍ତ ହେବେ।

ମକର- ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଭୋଗ କରିପାରନ୍ତି। ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି।

କୁମ୍ଭ- ନିଜେ ସମର୍ଥକ ଓ ସ୍ନେହୀ ବନ୍ଧୁମାନେ ମିଳିତ ହୋଇ ଶତ୍ରୁ ବିନାଶ କରିବେ ଓ ମାନସିକ ଶାନ୍ତି ଫେରିପାଇବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଚିନ୍ତାମୁକ୍ତ ହେବେ।

ମୀନ- କ୍ଷମାଶୀଳ ହେବେ। ବକ୍ତବ୍ୟ ଶାଳୀନତାପୂର୍ଣ୍ଣ ହେବ। ବିଜ୍ଞ ଓ ଜଣେ ଉତ୍ସାହୀ ଆଦର୍ଶ ବ୍ୟକ୍ତିଭାବେ ଜନସାଧାରଣଙ୍କ ଆଦର୍ଶ ହେବେ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହୋଇପାରନ୍ତି। ଧନଶାଳୀ ହୋଇପାରନ୍ତି।

Comments are closed.