www.samajalive.in
Monday, December 8, 2025
13.1 C
Bhubaneswar

ଭାରତ ପ୍ରସ୍ତୁତ କରୁଛି ଲେଜର ଅସ୍ତ୍ର, ଶତ୍ରୁର ମିସାଇଲକୁ ଶୂନ୍ୟରେ ମାରି ଖସାଇବ

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ଗବେଷଣା ସଙ୍ଗଠନ(ଡିଆରଡିଓ) ଖୁବ୍ ଶୀଘ୍ର ଭାରତରେ ପ୍ରସ୍ତୁତ ହୋଇଥିବା ଲେଜର ଅସ୍ତ୍ର ଦୁର୍ଗା-୨ର ପରୀକ୍ଷଣ କରିବ । ସଫଳ ହେବା ପରେ ଏହାକୁ ଦେଶର ସୀମାରେ ବ୍ୟବହାର କରାଯିବ ।  ଲେଜର ହିଁ ଭବିଷ୍ୟତର ଅସ୍ତ୍ର । ଅନେକ ଦେଶ ପାଖରେ ଲେଜର ଅସ୍ତ୍ର ରହିଛି । ଡିଆରଡିଓ ମଧ୍ୟ ଏହି ଅସ୍ତ୍ର ପ୍ରସ୍ତୁତ ଆରମ୍ଭ କରିଛି । ଏହି ଦୁର୍ଗା-୨ କୌଣସି ବି ବାଲିଷ୍ଟିକ୍, କ୍ରୁଜ୍ ମିସାଇଲ ବା ଯୁଦ୍ଧ ଜାହାଜକୁ ମାରି ଖସାଇ ପାରିବାରେ ସକ୍ଷମ ହେବ । ଚୀନ ଏବଂ ପାକିସ୍ତାନ ସୀମାରେ ଏହାକୁ ବ୍ୟବହାର କରିବା ପାଇଁ ପ୍ରାଥମିକ ଲକ୍ଷ୍ୟ ରଖାଯାଇଛି ।

ଚୀନ ବା ପାକିସ୍ତାନର ବାଲିଷ୍ଟିକ୍ ମିସାଇଲ ଭାରତର ସୁରକ୍ଷା ପାଇଁ ବଡ ବିପଦ । ଭାରତ ଋଷରୁ ୫ଟି ଏସ-୪୦୦ ଆଣ୍ଟି-ମିସାଇଲ ସିଷ୍ଟମ କ୍ରୟ କରିଛି । ଏହାର ନାଁ ସୁଦର୍ଶନ ରଖାଯାଇଛି । ଏହି ସିଷ୍ଟମ ଭାରତରେ ପଡିବାକୁ ଥିବା ମିସାଇଲକୁ ଆକାଶରେ ହିଁ ନଷ୍ଟ କରିପାରିବ । କିନ୍ତୁ ଏହା ସବୁ ମିସାଇଲକୁ ମାରି ଖସାଇପାରିବ, ଏହାର ଗ୍ୟାରେଣ୍ଟି ନାହିଁ । ୨୦୧୭ ମସିହାରେ ଡିଆରଡିଓ ୧ କିଲୋଓ୍ବାଟ ଲେଜର ସିଷ୍ଟମକୁ ଏକ ଟ୍ରକରେ ଲଗାଇଥିଲା । ଚିତ୍ରଦୁର୍ଗରେ ପରୀକ୍ଷଣ କରାଯାଇଥିଲା । ଏହାର ଲେଜର ରଶ୍ମି ୨୫୦ ମିଟର ପର୍ଯ୍ୟନ୍ତ ଯାଇଥିଲା ।  ଏହାକୁ ଅଧିକ କ୍ଷମତାଶାଳୀ କରିବା ପାଇଁ ଚେଷ୍ଟା କରୁଛି ଭାରତ ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories