www.samajalive.in
Wednesday, December 10, 2025
18.1 C
Bhubaneswar

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦ ପାଇଁ ୩ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ମତାମତ ଲୋଡିଲେ ରାହୁଲ ଗାନ୍ଧୀ

ରାୟପୁର : ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିପୁଳ ଆସନ ବ୍ୟବଧାନରେ ବିଜୟ ପରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ହେଲେ କଂଗ୍ରେସ ପାଇଁ ମୁଖ୍ୟମନ୍ତ୍ରୀ ଚୟନ ସବୁଠୁ ବଡ଼ ଆହ୍ୱାନ ହୋଇଛି। ଏଥିପାଇଁ ବୁଧବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ସ୍ୱୟଂ ଶକ୍ତି’ ଆପ ଜରିଆରେ ୩ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ମତାମତ ଲୋଡିଛନ୍ତି। କାର୍ଯ୍ୟକର୍ତ୍ତାଙ୍କ ମତାମତ ଅନୁସାରେ ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଲି କୁହାଯାଉଛି। ଛତିଶଗଡ଼ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଏବଂ ସମ୍ପର୍କ ବିଭାଗ ଅଧ୍ୟକ୍ଷ ଶୈଳେଶ ତ୍ରିବେଦୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ବୁଧବାର ଛତିଶଗଡ଼ କଂଗ୍ରେସର ୩ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ପାଖକୁ ରାହୁଲ ଗାନ୍ଧୀଙ୍କ ଫୋନ୍‍ କଲ୍‍ ଆସିଥିଲା। ପ୍ରିରେକର୍ଡେଡ ମେସଜ୍‍ ଅନୁସାରେ ନିଜ ପ୍ରଦେଶର ମୁଖ୍ୟମନ୍ତ୍ରୀ କାହାକୁ କରିବାକୁ ଚାହୁଁଛନ୍ତି ବୋଲି ମତାମତ ଲୋଡାଯାଇଥିଲା। ଶକ୍ତି ଆପ୍‍ ଜରିଆରେ ପ୍ରାୟ କଂଗ୍ରେସର ୩ ଲକ୍ଷ କାର୍ଯ୍ୟକର୍ତ୍ତା ଯୋଡ଼ି ହୋଇଛନ୍ତି। ଏହା ପୂର୍ବରୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ବେଳେ ବି ୯୦ ବିଧାନସଭା ମଣ୍ଡଳୀର କାର୍ଯ୍ୟକର୍ତ୍ତାଙ୍କ ମତାମତ ଲୋଡାଯାଇଥିଲା।
ପ୍ରକାଶଯୋଗ୍ୟ ଯେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କଂଗ୍ରେସ ବିଧାୟକ ଦଳର ବୈଠକ ଜାରି ରହିଛି। ଏଥିରେ ନବନିର୍ବାଚିତ ବିଧାୟକଙ୍କ ସହ ଏଆଇସିସି ପ୍ରଭାରୀ ଚନ୍ଦନ ଏବଂ ଅରୁଣ ଉପସ୍ଥିତ ଅଛନ୍ତି। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି। ତେବେ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭୁପେଶ ବାଘେଲ, ଟିଏସ୍‍ ସିଂହ ଦେବ, ତାମ୍ରଧ୍ୱଜ ସାହୁ ଏବଂ ଡ. ଚରଣଦାସ ମହନ୍ତ ଆଗରେ ରହିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories