ଭାରତର ଖୁଚୁରା ମୁଦ୍ରସ୍ଫୀତି ୧୭ ମାସର ସର୍ବ ନିମ୍ନ ସ୍ତରରେ
ନୂଆଦିଲ୍ଲୀ . – ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ୧୭ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ୧୭ ମାସର ସର୍ବନିମ୍ନ ସ୍ତର ୨.୩୩% ରେ ପହଞ୍ଚିଛି। ଗତମାସରେ ଏହା ୩.୩୮% ପ୍ରତିଶତ ଥିଲା ।
ଚତୁର୍ଥ ମାସ ପାଇଁ ଲଗାତର ଖୁଚୁରା ମୁଦ୍ରସ୍ଫୀତି ହ୍ରାସ ପାଇଛି । ଚଳିତ ମାସରେ ଖାଦ୍ୟ ମୂଲ୍ୟ ମୁଦ୍ରସ୍ଫୀତି -୨.୬୧% ରେ ରହିଛି । ଜୁନ୍ ୨୦୧୭ ମସିହାରେ ଖୁଚୁରା ମୁଦ୍ରସ୍ଫୀତି ସର୍ବନିମ୍ନ ସ୍ତର ୧.୪୬% ରେ ରହିଥିଲା ।