www.samajalive.in
Sunday, December 7, 2025
23.1 C
Bhubaneswar

କପିଲଙ୍କ ବିବାହ : ପ୍ରଶଂସକ ଦେଖିପାରିବେ ସିଧାପ୍ରସାରଣ

ନୂଆଦିଲ୍ଲୀ : ଲୋକପ୍ରିୟ ହାସ୍ୟଅଭିନେତା କପିଲ ଶର୍ମା ୧୨ ଡିସେମ୍ବର ଅର୍ଥାତ୍‍ ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ପଞ୍ଜାବର ଜଳନ୍ଧର ଠାରେ ପ୍ରେମିକା ଗିନ୍ନୀ ଚତରଥଙ୍କ ସହ କପିଲଙ୍କ ବିବାହ ଅନୁଷ୍ଠିତ ହେଉଛି। ଏନେଇ ପରିବାର ଓ ସମ୍ପର୍କୀୟମାନଙ୍କ ଆସିବା ଆରମ୍ଭ ହୋଇଯାଇଛି। ବିବାହରେ ଉପସ୍ଥିତ ରହିବା ପାଇଁ କପିଲଙ୍କ ବହୁ ଘନିଷ୍ଠ ବନ୍ଧୁ ପଞ୍ଜାବରେ ପହଞ୍ଚିଛନ୍ତି। ମିଳିଥିବା ଖବର ଅନୁସାରେ କପିଲଙ୍କ ପ୍ରଶଂସକମାନେ ତାଙ୍କ ବିବାହର ସିଧାପ୍ରସାରଣ ଦେଖିପାରିବେ। ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ୍ ରେ ଆଜିର ଏହି ବିବାହ ଉତ୍ସବର ସିଧା ପ୍ରସାରଣ କରିବା ପାଇଁ କପିଲଙ୍କ ବନ୍ଧୁମାନେ ସମସ୍ତ ଆୟୋଜନ କରିସାରିଛନ୍ତି। ସୂଚନା ଅନୁଯାୟୀ, ଉଭୟ ହିନ୍ଦୁ ଓ ଶିଖ୍‍ ପରମ୍ପରା ଅନୁସାରେ ଏହି ବିବାହ ଅନୁଷ୍ଠିତ ହେବ। ୧୨ଡିସେମ୍ବରରେ ହିନ୍ଦୁ ପରମ୍ପରା ଅନୁସାରେ ଓ ୧୩ଡିସେମ୍ବରରେ ଶିଖ୍‍ ପରମ୍ପରା ଅନୁସାରେ ବିବାହ ହେବ। ବିବାହ ପରେ ୧୪ଡିସେମ୍ବରରେ କପିଲ୍‍ ଅମୃତସରରେ ଏକ ରିସେପସନ୍‍ ପାର୍ଟିର ଆୟୋଜନ କରିବେ। ଏଥିସହିତ ୨୪ ଡିସେମ୍ବରରେ ମୁମ୍ବଇରେ ମଧ୍ୟ ଏକ ରିସେପସନ୍‍ ପାର୍ଟିର ଆୟୋଜନ କରାଯାଇଛି।

ତେବେ କପିଲଙ୍କ ପ୍ରେମକାହାଣୀ ବିଷୟରେ କହିବାକୁ ଗଲେ, କପିଲ ଓ ଗିନ୍ନୀ ଉଭୟ କଲେଜ ଦିନର ବନ୍ଧୁ। ପୂର୍ବରୁ କପିଲଙ୍କ ନାମ ଅନେକଙ୍କ ସହ ଯୋଡ଼ା ଯାଇଥିଲେ ମଧ୍ୟ ଶେଷରେ ସେ ଗିନ୍ନୀଙ୍କୁ ହୃଦୟ ଦେଇ ବସିଥିଲେ। ସୁନିଲ ଗ୍ରୋଭର ଓ ତାଙ୍କ ମଧ୍ୟରେ ହୋଇଥିବା ମନାନ୍ତର ସମୟରେ ଗିନ୍ନୀଙ୍କ ସହ ତାଙ୍କ ତାଙ୍କ ପ୍ରେମସମ୍ପର୍କ ଆହୁରି ମଜଭୂତ ହୋଇ ଯାଇଥିଲା। କପିଲଙ୍କୁ ସବୁ ଦିଗରୁ ଭର୍ତ୍ସନା କରାଯିବା ପରେ ସେ ବହୁତ ଭାଙ୍ଗିପଡ଼ିଥିଲେ। ମାନସିକ ସ୍ତରରେ ଭାଙ୍ଗିପଡ଼ିବା ଯୋଗୁଁ ସେ ବିଗତ କିଛି ମାସ ଧରି ନିଜ କର୍ମ ଜୀବନରୁ ବିରତି ନେଇଥିଲେ। ଏସବୁ ସତ୍ତ୍ୱେ ଗିନ୍ନୀ କପିଲଙ୍କୁ ସାହାରା ଦେଇ ନିଜର କରି ନେଇଥିଲେ। ଏଥିଯୋଗୁଁ କପିଲ ତାଙ୍କୁ ନିଜର ଜୀବନସାଥୀ କରିବାକୁ ବାଛି ନେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories