www.samajalive.in
Wednesday, December 10, 2025
16.1 C
Bhubaneswar

ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ବଲିଉଡ଼ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଚେକ୍‌ ବାଉନ୍ସ ମାମଲାରେ ଗୁଜରାଟର ଜାମନଗରସ୍ଥିତ ଅଦାଲତ ନିର୍ମାତାଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୨ କୋଟି ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଅପରପକ୍ଷେ, ଏହି ଦଣ୍ଡାଦେଶ ବିରୋଧରେ ଆବେଦନ କରିବା ପାଇଁ ଅଦାଲତ ସନ୍ତୋଷୀଙ୍କୁ ୩୦ ଦିନ ସମୟ ଦେଇଛନ୍ତି।

ଅଭିଯୋଗ ଅନୁସାରେ, ଶିଳ୍ପପତି ତଥା ପରିବହନ ବ୍ୟବସାୟୀ ଅଶୋକ ଲାଲ୍‌ ଗୋଟିଏ ଚଳଚ୍ଚିତ୍ର ପାଇଁ ସନ୍ତୋଷୀଙ୍କୁ ୧ କୋଟି ଟଙ୍କା ଋଣ ଦେଇଥିଲେ। ଏହି ଋଣ ପରିଶୋଧ ବାବଦକୁ ସନ୍ତୋଷୀ ତାଙ୍କୁ ୧୦ ଲକ୍ଷ ଟଙ୍କାର ୧୦ଟି ଚେକ୍‌ ଦେଇଥିଲେ। ତେବେ ଅଶୋକ ଲାଲ୍‌ ଚେକ୍‌ଗୁଡ଼ିକୁ ଦାଖଲ କରିବା ପରେ ଜାଣିବାକୁ ପାଇଥିଲେ ଯେ, ସନ୍ତୋଷୀଙ୍କ ଆକାଉଣ୍ଟ୍‌ରେ ଟଙ୍କା ନ ଥିବାରୁ ସେ ସବୁ ବାଉନ୍ସ ହୋଇଯାଇଥିଲା। ଅଭିଯୋଗକାରୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଚେକ୍ ବାଉନ୍ସ ହେବା ପରେ ସନ୍ତୋଷୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କେଉଁଆଡ଼େ ଗାୟବ ହୋଇଯାଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories