www.samajalive.in
Saturday, December 6, 2025
26.1 C
Bhubaneswar

ଶିକ୍ଷାନୁଷ୍ଠାନ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ବୁର୍ଲା: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ପଶ୍ଚିମ ଓଡ଼ିଶାର ଚାରି ଗୋଟି ପ୍ରତିଷ୍ଠିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ସହିତ ଗତ ୧୫ ଫେବୃଆରୀରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଅଛି। ଏକ ପ୍ରତିଷ୍ଠିତ କର୍ପୋରେଟ ସଂସ୍ଥା ଭାବେ ଦକ୍ଷତା ବିକାଶ ଏବଂ ନିରାପତ୍ତାକୁ ଗୁରୁତ୍ୱ ଦେଇ କମ୍ପାନୀ ନିଜର ବୁର୍ଲା ସ୍ଥିତ ମୁଖ୍ୟ କର୍ପୋରେଟ୍ କାର୍ଯ୍ୟାଳୟରେ ଏହି ଚୁକ୍ତିନାମା ସ୍ୱାକ୍ଷର କରିଅଛି। କମ୍ପାନୀ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଥିବା ଚାରି ଗୋଟି ଆଇଟିଆଇ ଗୁଡିକ ହେଲେ- ବରଗଡ଼ ସ୍ଥିତ ଆଇଟିଆଇ ଭେଡେନ, ସମ୍ୱଲପୁର ସ୍ଥିତ ଆଇଟିଆଇ ହୀରାକୁଦ, ସୁନ୍ଦରଗଡ଼ ସ୍ଥିତ ଆଇଟିଆଇ ରାଉରକେଲା ଏବଂ କଳାହାଣ୍ଡି ସ୍ଥିତ ଆଇଟିଆଇ ଭବାନୀପାଟଣା। ଏହା ଦ୍ୱାରା ଆଇଟିଆଇ କଲେଜ ଗୁଡ଼ିକର ଛାତ୍ରଛାତ୍ରୀମାନେ ଉଭୟ ପାଠ୍ୟକ୍ରମ ଏବଂ ବ୍ୟବହାରିକ ଜ୍ଞାନର ସୁବିଧା ପାଇବେ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories