www.samajalive.in
Saturday, December 6, 2025
26.1 C
Bhubaneswar

ନିଖୋଜ ଶାରୀରିକ ଭିନ୍ନକ୍ଷମ ଯୁବତୀ ଉଦ୍ଧାର

ଫୁଲବାଣୀ: ରାଜ୍ୟ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରୁ ଗତ ୧୫ ତାରିଖ ସରସ୍ବତୀ ପୂଜା ଦିନ ନିଖୋଜ ହୋଇଥିବା ଜଣେ ଶାରୀରିକ ଭିନ୍ନକ୍ଷମ ଯୁବତୀଙ୍କୁ ଶନିବାର ଭରତପୁର ଥାନା ପୋଲିସ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ସହଯୋଗରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମାଝୀପଡା ଗାଁରୁ ଉଦ୍ଧାର କରିଛି। ସୂଚନା ଅନୁସାରେ ଗତ ସରସ୍ବତୀ ପୂଜା ଦିନ ଶାରୀରିକ ଭିନ୍ନକ୍ଷମ ଯୁବତୀ ଜଣକ ନିଖୋଜ ହୋଇଯାଇଥିବା ଯୁବତୀଙ୍କ ବାପା ଦୁଃଖି ନାୟକ ଭରତପୁର ଥାନାରେ ଲିଖିତ ଅଭଯୋଗ କରିଥିଲେ ଯୁବତୀଙ୍କ ବାପାଙ୍କ ଅଭଯୋଗ ଆଧାରରେ ଭରତପୁର ପୋଲିସ ୨୨/୨୪ ରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ନିଖୋଜ ହେବାର ଦୁଇଦିନ ପରେ ଅର୍ଥାତ ଶୁକ୍ରବାର ଦିନ ଯୁବତୀ ଜଣକ ତାଙ୍କର ଜଣେ ଶାରୀରିକ ଭିନ୍ନକ୍ଷମ ପୁରୁଷ ବନ୍ଧୁଙ୍କ ସହ ଚାଲିଆସି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ମାଝୀପଡା ଗାଁରେ ତାଙ୍କର ଅନ୍ୟଜଣେ ବନ୍ଧୁଙ୍କ ଘରେ ଥିବା ଜାଣିବାକୁ ପାଇଥିଲେ। ତେବେ ଶନିବାର ଭରତପୁର ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ଥାନାର ଏକ ଟିମ ଫିରିଙ୍ଗିଆ ଥାନାକୁ ଆସି ଫିରିଙ୍ଗିଆ ଥାନା ଆଧିକାରୀ ରମେଶ କୁମାର ପ୍ରଧାନଙ୍କ ସହଯୋଗରେ ମାଝିପଡ଼ା ଗାଁରୁ ନିଖୋଜ ଯୁବତୀ ଓ ଯୁବକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories