www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟପ୍ରଦେଶ: ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲା କଂଗ୍ରେସ

ଭୋପାଳ: ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ପରେ ଚାରିଟି ରାଜ୍ୟରେ ସ୍ଥିିତି ସ୍ପଷ୍ଟ ହୋଇସାରିଥିବା ବେଳେ ଗୋଟିଏ ରାଜ୍ୟର ଫଳାଫଳ ଅସ୍ପଷ୍ଟ ରହିଛି।
ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ପୂର୍ଣ୍ଣ ବହୁମତ ପାଇ ସରକାର ଗଠନ କରିବାକୁ ଯାଉଛି। ସେହିପରି ତେଲେଙ୍ଗାନାରେ ଟିଆରଏସ୍‍ ଏବଂ ମିଜୋରାମ୍‍ରେ ଏମ୍‍ଏନ୍‍ଏଫ୍‍ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ମଧ୍ୟପ୍ରଦେଶର ସ୍ଥିତି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ସେଠାରେ କଂଗ୍ରେସ ଓ ବିଜେପି କଡ଼ା ମୁକାବିଲାର ସମ୍ମୁଖୀନ ହୋଇଛନ୍ତି। ସଦ୍ୟତମ ଫଳାଫଳ ଅନୁଯାୟୀ ମଧ୍ୟପ୍ରଦେଶରେ କଂଗ୍ରେସ ୧୧୬ ଓ ବିଜେପି ୧୦୭ ଆସନରେ ଜୟଯୁକ୍ତ ହୋଇଛନ୍ତି। କିନ୍ତୁ ଅନେକ ସ୍ଥାନରେ ପୁନଃଗଣତି ପାଇଁ ପ୍ରାର୍ଥୀ ଏଜେଣ୍ଟମାନେ ଦାବି କରିବାରୁ ଫଳାଫଳ ଘୋଷଣା ହୋଇପାରୁନାହିଁ। ପ୍ରତିିଦ୍ୱନ୍ଦ୍ୱିତା ଅତି ଶାଣିତ ହୋଇଥିବାରୁ କେତେକ ପ୍ରାର୍ଥୀଙ୍କ ଭାଗ୍ୟ ଲଟକି ରହିଛି। ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶରେ କଂଗ୍ରେସକୁ ପୂର୍ଣ୍ଣ ବହୁମତ ମିଳିଥିବା କଂଗ୍ରେସ ବରିଷ୍ଠ ନେତା କମଲନାଥ ଘୋଷଣା କରିଛନ୍ତି। କର୍ମୀମାନଙ୍କୁ ଏହି ସଫଳତା ପାଇଁ ଧନ୍ୟବାଦ ଜଣାଇବା ସହିତ ସରକାର ଗଠନ କରିବା ପାଇଁ ବିଳମ୍ବିତ ରାତିରେ ରାଜ୍ୟପାଳଙ୍କ ନିକଟରେ ସେ ଦାବି ଉପସ୍ଥାପନ କରିଛନ୍ତି।
ନିର୍ବାଚନ କମିଶନ୍‍ଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଏଥର ଗଣତି ପ୍ରକ୍ରିୟା କଡ଼ା ନିୟମ ଓ ଶୃଙ୍ଖଳା ମଧ୍ୟରେ ସମ୍ପନ୍ନ ହେଉଛି। ଏଥିପାଇଁ ଅଧିକ ସମୟ ଲାଗୁଛି। ଏଥିସହିତ ପୋଷ୍ଟାଲ୍‍ ବ୍ୟାଲେଟ୍‍ ଗଣତି ଓ ପ୍ରତି ନିର୍ବାଚନ ମଣ୍ଡଳୀର ଗୋଟିଏ ପୁଲିଂ ଷ୍ଟେସନ୍‍ର ଇଭିଏମ୍‍ ଓ ଭିପାଟ ସ୍ଲିପ୍‍କୁ ମିଳାଇବା ଯୋଗୁଁ ଅଧିକ ସମୟ ଲାଗୁଛି। ଅନେକ ବୁଥ୍‍ରେ ବିଜୟ ବ୍ୟବଧାନ ଗୋଟିଏ କିମ୍ବା ଦୁଇଟି ଭୋଟରେ ହେଉଥିବାରୁ ପରାଜିତ ପ୍ରାର୍ଥୀମାନେ ପୁନଃଗଣତି ପାଇଁ ଆବେଦନ କରୁଛନ୍ତି। ଏହି କାରଣରୁ ଭୋଟ ଗଣତି ବିଳମ୍ବିତ ହେଉଛି। ଶୀଘ୍ର ଫଳାଫଳ ଘୋଷଣା ଅପେକ୍ଷା ବିଳମ୍ବରେ ହେଉ ପଛକେ ନିର୍ଭୁଲ୍‍ ଫଳାଫଳ ଘୋଷଣା ପାଇଁ ନିର୍ବାଚନ କମିଶନ୍‍ ଗୁରୁତ୍ୱ ଦେଇଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories