www.samajalive.in
Thursday, December 11, 2025
18.1 C
Bhubaneswar

କଂଗ୍ରେସ ଉପରେ ଲୋକଙ୍କ ବିଶ୍ୱାସ ଅପରିବର୍ତ୍ତିତ, ବିଜେପି ପ୍ରତ୍ୟାଖ୍ୟାତ

ଭୁବନେଶ୍ୱର: କଂଗ୍ରେସ ଉପରେ ଦେଶବାସୀଙ୍କର ବିଶ୍ୱାସ ଓ ଆସ୍ଥା ଅତୁଟ ରହିଛି। ସଦ୍ୟ ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ଏହା ପ୍ରମାଣିତ କରିଛି। ଏହି ନିର୍ବାଚନ ଫଳାଫଳ କଂଗ୍ରେସ ସପକ୍ଷରେ ଯାଇଥିବାବେଳେ ଜନସାଧାରଣ ବିଜେପିର ସାଂପ୍ରଦାୟିକ ଏବଂ ପୁଞ୍ଜିବାଦ କାର୍ଯ୍ୟକଳାପକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନରେ ବିଜୟ ହାସଲ କରିବାକୁ ବିଜେପି ବାହୁବଳ ଏବଂ ଅର୍ଥବଳ ପ୍ରୟୋଗ କରିଥିବା ସତ୍ତ୍ବେ ସାଧାରଣ ଜନତା ପ୍ରତ୍ୟଖ୍ୟାତ କରିଥିବା ବେଳେ ବିଜେପି ଗଡରେ କଂଗ୍ରେସ ବିଜୟ ହାସଲ କରିଛି। ଏହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଦେଶରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି, ୨୦୧୪ରେ ବହୁ ଲୋଭନୀୟ କଥାକହି ଦେଶରେ କ୍ଷମତାକୁ ଆସିବାପରେ ବିଜେପି ବିମୁଦ୍ରାୟନ, ଜିଏସଟି ଲାଗୁ, ତୈଳଦର ମାତ୍ରାଧିକ ବୃଦ୍ଧି ଭଳି ଜନବିରୋଧୀ ପଦକ୍ଷେପ ନେଇଛି। ବର୍ଷକୁ ୨ କୋଟି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିବା ମୋଦି ସରକାର ସେଥିରେ ଶୋଚନୀୟ ଭାବେ ବିଫଳ ହୋଇଛନ୍ତି। ରାଜ୍ୟରେ ମଧ୍ୟ ସମାନ ଅବସ୍ଥା। ଓଡ଼ିଶାର ସରକାର ଋଣ ପରେ ଋଣ କରି ଚାଲିଛନ୍ତି। ଲୋକଙ୍କ ଉପରେ ମୁଣ୍ଡପିଛା ଋଣଭାର ବଢିଚାଲିଛି। ଅନ୍ୟପକ୍ଷରେ ବିଜେଡି ସରକାର ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରିଚାଲିଛନ୍ତି। ସେଗୁଡିକର କାର୍ଯ୍ୟକାରିତା ତ ଦୂରର କଥା, ସେଥିପାଇଁ କେଉଁଠାରୁ ଅର୍ଥ ଆସିବ ତାହା ମଧ୍ୟ ସ୍ଥିର ହୋଇନାହିଁ; କେବଳ ଲୋକଙ୍କୁ ଗୋଲାପି ଚିତ୍ର ଦେଖାଇ ଉଭୟ ବିଜେଡି ଓ ବିଜେପି ଭଣ୍ଡାଇ ଚାଲିଛନ୍ତି। ଲୋକଙ୍କୁ ଦେଖାଇବା ପାଇଁ ସେମାନେ ପରସ୍ପର ବିରୋଧରେ କହୁଥିବାବେଳେ ପ୍ରତିଟି ପ୍ରସଙ୍ଗରେ ପରସ୍ପରକୁ ସମର୍ଥନ କରୁଛନ୍ତି।
ଓଡ଼ିଶାରେ ଚାଷୀ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରୁଛି। ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶାର ବେକାର ଯୁବଗୋଷ୍ଠୀ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। କୃଷକଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ମୂଲ୍ୟ ମିଳୁନାହିଁ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। ମଦର ପ୍ରସାର ଯୋଗୁଁ ଅପରାଧ, ସାମାଜିକ ବିଶୃଙ୍ଖଳା ମାତ୍ରାଧିକ ବୃଦ୍ଧିପାଇଛି। ନାରୀ ନିର୍ଯାତନା ଏବଂ ବଳାତ୍କାର ଘଟଣା ଓଡ଼ିଶାକୁ ସାରା ଦେଶରେ ନିନ୍ଦିତ କରାଇଛି; ଅଥଚ ଓଡ଼ିଶା ସରକାର କେବଳ ଭାଷଣ ଏବଂ ବିଜ୍ଞାପନ ଦେଇ ଲୋକଙ୍କୁ ଭୁଲ ତଥ୍ୟ ଦେଇଚାଲିଛନ୍ତି। ପ୍ରଗତିର କଥା କହୁଥିବା ବିଜେପି ଏବଂ ବିଜେଡି ଦୁର୍ନୀତିରେ ବୁଡି ରହିଛନ୍ତି। ଓଡ଼ିଶା ସରକାର ଚିଟ୍‍ଫଣ୍ଡଠାରୁ ଆରମ୍ଭ କରି ଏକାଧିକ ଦୁର୍ନୀତିରେ ଲିପ୍ତ ଥିବାବେଳେ କେନ୍ଦ୍ରର ବିଜେପି ସରକାର ରାଫେଲ ଯୁଦ୍ଧବିମାନ କିଣା ଦୁର୍ନୀତିରେ ସଂପୃକ୍ତ ଅଛନ୍ତି। ଜନସାଧାରଣ ସେମାନଙ୍କର ଏଭଳି ଚାଲ୍‍ ଭଲଭାବରେ ବୁଝିସାରିଲେଣି। ସେଥିପାଇଁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ପ୍ରଭୃତି ରାଜ୍ୟରେ ଲୋକେ କଂଗ୍ରେସ ଏବଂ ଏହାର ନେତୃତ୍ୱଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। କେବଳ କଂଗ୍ରେସ ଦଳ ସମଗ୍ର ଦେଶରେ ସ୍ଥିର ଏବଂ ପ୍ରଗତିଶୀଳ ସରକାର ଦେଇପାରିବ, ଏହି ବିଶ୍ୱାସ ଜନସାଧାରଣଙ୍କର ରହିଛି ଏବଂ ଏହା ଆଗାମୀ ସାଧାରଣ ନିର୍ବାଚନ ସହିତ ଓଡ଼ିଶା ଓ ଅନ୍ୟ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବ ବୋଲି ପିସିସି ସଭାପତି ଦୃଢତାର ସହିତ କହିଛନ୍ତି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories