www.samajalive.in
Tuesday, December 9, 2025
17.1 C
Bhubaneswar

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଭଣ୍ଡାରିପୋଖରୀ ଆଇଆଇସି

ବାଲେଶ୍ବର/ବାହାନଗା: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନାର ଲାଞ୍ଚୁଆ ଆଇଆଇସି ଅମିତ ବିଶ୍ବାଳ। ବିଭିନ୍ନ ସମୟରେ ସଂଗ୍ରହ କରିଥିବା ଲାଞ୍ଚ ଟଙ୍କାକୁ ଏକକାଳୀନ ଘରକୁ ନେଇ ଆସୁଥିବାବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ମଙ୍ଗଳବାର ଅପରାହଣ ପ୍ରାୟ ୪ଟାରେ ତାଙ୍କୁ ଗିରଫ କରିଛନ୍ତି। ନୂତନ ଭାବେ ଯୋଗଦେଇଥିବା ଆଇଆଇସି ଅମିତ ବିଶ୍ୱାଳ ୭୩ ହଜାର ୫୦୦ ଟଙ୍କା ଧରି ମୟୂରଭଞ୍ଜ ଜିଲା ବାରିପଦା ସହରରେ ଥିବା ନିଜ ଘରକୁ ଯାଉଥିବାବେଳେ ଶେରଗଡ଼ ଟୋଲ ଗେଟ ନିକଟରେ ଦିନ ପ୍ରାୟ ୪ଟାରେ ଧରାପଡ଼ିଥିଲେ। ତାଙ୍କୁ ଭିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟରେ ପଚରା ଉଚରା ଚାଲିଥିବାବେଳେ ଭିଜିଲାନ୍ସର ଅନ୍ୟ ଟିମ ଭଣ୍ଡାରିପୋଖରୀସ୍ଥିତ କ୍ବାଟର ଏବଂ ବାରିପଦାର ଭଞ୍ଜପୁର ବାସଭବନରେ ଭଦ୍ରକ ଭିଜିଲାନ୍ସ ଡିଏସପି ସଞ୍ଜୟ ଦାସମହାପାତ୍ରଙ୍କ ନେତୃତ୍ବରେ ଆଉ ଏକ ଟିମ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି। ଏ ନେଇ କେସ ନଂ.୫୦/୨୦୧୮ରେ ଏକ ମାମଲା ରୁଜୁ ହୋଇଛି।
ଶ୍ରୀ ବିଶ୍ବାଳଙ୍କ ନଁାରେ ପୂର୍ବରୁ ଅନେକ ଅଭିଯୋଗ ରହିଥିଲା। ପୂର୍ବ ମାସରେ ଲକ୍ଷାଧିକ ଟଙ୍କା ନେଇ ଘରକୁ ଯାଉଥିବାବେଳେ ଭିଜିଲାନ୍ସ ଅଧିକାରୀ ଧରିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇନଥିଲେ। ସେ ଯେତେଥର ଘରକୁ ଆସିଥାନ୍ତି ସଂଗ୍ରହ କରିଥିବା ଲାଞ୍ଚ ଟଙ୍କା ଧରି ଆସିଥାନ୍ତି। ଏ ଖବର ଭଦ୍ରକ ପୁଲିସ ମୁଖ୍ୟାଳୟ ଓ ଭିଜିଲାନ୍ସ ନିକଟରେ ରହିଥିଲା। ପୂର୍ବ ମାସ ଖସି ଯାଇଥିବାବେଳେ ଏଥର ପୁଲିସ ସହ ଭିଜିଲାନ୍ସ ଟିମ ଶେରଗଡ଼ ଟୋଲ ଗେଟ ନିକଟରେ ଛକି ରହିଥିଲା।
ପ୍ରକାଶ ଥାଉକି; ଶ୍ରୀ ବିଶ୍ୱାଳଙ୍କ ପୈତୃକ ଘର ବାଲେଶ୍ବର ଜିଲା ଜଳେଶ୍ବର ଥାନା ଲଛିମପୁର ଗାଁରେ ହୋଇଥିବାବେଳେ ସେ ମୟୂରଭଞ୍ଜ ଜିଲା ଭଞ୍ଜପୁରରେ ସପରିବାର ରହୁଥିଲେ। ପୂର୍ବରୁ ଭଦ୍ରକ ଜିଲାର ବିଭିନ୍ନ ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରି ମୟୂରଭଞ୍ଜକୁ ବଦଳୀ ହୋଇଥିଲେ। ପୁନର୍ବାର ଗତ ଜୁଲାଇ ମାସରେ ମୟୂରଭଞ୍ଜ ଜିଲାରୁ ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନାକୁ ଆଇଆଇସି ଭାବେ ବଦଳି ହୋଇଥିଲେ। ତେବେ ଏହି ଥାନାରେ ଆଇଆଇସି ଶ୍ରୀ ବିଶ୍ବାଳ କାର୍ଯ୍ୟକଳାପ ସନ୍ଦେହ ଘେରରେ ଥିବାବେଳେ ଭଦ୍ରକର କ୍ରାଇମ ଡିଏସପି ଏସକେ ଦାସ ମହାପାତ୍ର, ବାଲେଶ୍ୱରର ଭିଜିଲାନ୍ସ ଇନିସ୍ପେକ୍ଟର ମାନସୀ ଜେନାଙ୍କ ସହ ଅନ୍ୟ ୨୦ ଜଣ ଭିଜିଲାନ୍ସ କର୍ମଚାରୀ ମିଳିତ ଭାବେ ଶେରଗଡ଼ ଟୋଲଗେଟ ନିକଟରେ ଯାଉଥିବା ତାଙ୍କ କାର ଉପରେ ଚଢ଼ଉ କରି ଟଙ୍କା ସହ ଧରିଥିଲେ। ଜବତ ହୋଇଥିବା ଟଙ୍କା କେଉଁଠୁ ଆଣିଲେ ସେ ନେଇ ଶ୍ରୀ ବିଶ୍ବାଳ କୌଣସି ସଠିକ ଉତ୍ତର ଦେଇ ପାରୁନଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories