ଭୁବନେଶ୍ୱର- ଓଡ଼ିଶା ସରକାରଙ୍କ ପୂର୍ବତନ ମୁଖ୍ୟ ଆର୍କିଟେକ୍ଟ ଗୋକୁଳ ଦାସଙ୍କର ଗୁରୁବାରରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ଜନ୍ମଗ୍ରହଣ କରିଥିଲେ ।
ଶ୍ରୀ ଦାସ ମୁମ୍ବାଇର ଜେଜେ କଲେଜ ଅଫ୍ ଆର୍କିଟେକ୍ଚରୁ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଅନେକ ଜାତୀୟ ପୁରସ୍କାର ପାଇଥିଲେ। ଆର୍କିଟେକ୍ଚ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ ପକ୍ଷରୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ରେ ସମ୍ମାନିତ କରାଯାଇଛି।
୧୯୮୩ ମସିହାରେ ଇନ୍ଦିରା ଗାନ୍ଧୀ ଗ୍ରାମୀଣ ଆବାସ ଯୋଜନାର ଶ୍ରେଷ୍ଠ ଲେ-ଆଉଟ୍ ଡିଜାଇନ୍ ପାଇଁ ପଦକ ପାଇଥିଲେ। ସେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର କାର୍ଯ୍ୟାଳୟ କୋଠାର ଡିଜାଇନ୍ ଓ କାର୍ଯ୍ୟକାରିତା କରିଥିଲେ, ଏହା ଓଡ଼ିଶାର ପ୍ରଥମ ୧୩ ମହଲା କୋଠା ।
ସେ ଇଡିକୋର ମୁଖ୍ୟ ପ୍ରବନ୍ଧକ ଆର୍ଟିଟେକ୍ଟ ଭାବେ ଦିଲ୍ଲୀର ଓଡିଶା ନିବାସର ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ । ରେକର୍ଡ ସମୟ ମଧ୍ୟରେ ଏହାର ନିର୍ମାଣ କରାଯାଇଥିଲା ।



