www.samajalive.in
Friday, December 5, 2025
26.1 C
Bhubaneswar

ଖଣ୍ଡଗିରି ମେଳା ; ଅଶ୍ଲୀଳ ନୃତ୍ୟ ପରିବେଷଣ କଲେ ଅଧାରୁ ଯାତ୍ରା ବନ୍ଦ – ବିଏମସି

ଭୁବନେଶ୍ୱର : ଖଣ୍ଡଗିରି କୁମ୍ଭମେଳାରେ ଯାତ୍ରା ପରିବେଷଣ ପ୍ରସଙ୍ଗରେ ଗୁରୁବାର ବିଏମସି ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଖଣ୍ଡଗିରି ଯାତ୍ରା ପରିବେଷଣରେ ଅଶ୍ଲୀଳତାକୁ ନାଁ। ଅଶ୍ଲୀଳ ନୃତ୍ୟ ପରିବେଷଣ କଲେ ଅଧାରୁ ଯାତ୍ରା ବନ୍ଦ ହେବ। କାହାର ଭାବନାକୁ ଆଘାତ ବରଦାସ୍ତ କରାଯିବନି। ଏନେଇ ବିଏମସି ଓ ପୁଲିସ ଟିମ୍‌‌ ଯାତ୍ରା ପେଣ୍ଡାଲ ଉପରେ ନଜର ରଖିବେ। ପୂର୍ବରୁ ଯାତ୍ରା କମିଟି,ମାଲିକଙ୍କ ସହ ବିଏମସି ଆଲୋଚନା କରିଛି। ଏନେଇ ବିଏମସି କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି।
ସୂଚନା ଯୋଗ୍ୟ, ଶୁକ୍ରବାର ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି ମେଳା । ନାମ, ସଂକୀର୍ତ୍ତନରେ କମ୍ପିବ ପୁରା ଖଣ୍ଡଗିରି ଅଞ୍ଚଳ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ପାହାଡର ପାଦଦେଶରୁ ଉପର ଯାଏଁ ପରିମଳ, ସଫେଇ, ସୌର୍ନ୍ଦ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଆଲୋକିକରଣ ସାଙ୍ଗକୁ ସୌର୍ନ୍ଦ୍ୟକରଣ ନେଇ ସମସ୍ତ ପ୍ରସ୍ତୁତି କରିଛି ବିଏମସି । ବାବାଙ୍କ ଆଖଡାରୁ ଦେବସଭା ସବୁଠି ଚଳଚଞ୍ଚଳ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ସାଧୁ ସନ୍ଥ ରାଜଧାନୀରେ ପହଂଚି ସାରିଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ସିସିଟିଭି ଓ ପାର୍କିଂ ଉପରେ ଗୁରୁତ୍ୱ ଦିଆଯାଇଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories