www.samajalive.in
Monday, December 8, 2025
14.1 C
Bhubaneswar

ସପ୍ତାହକୁ କରୁଛନ୍ତି ୧୨୦ କୋଟି ରୋଜଗାର

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ଝୁଙ୍ଗ ଜିୟାଙ୍ଗ ଜିୟାଙ୍ଗ ଏକ ପ୍ରସିଦ୍ଧ ନାମ ପାଲଟିଛି। ଚାଇନାରେ ଜିୟାଙ୍ଗଙ୍କ ଲୋକପ୍ରିୟତା ଅଧିକ। ଟିକଟକ ପରି ଚୀନର ପ୍ରସିଦ୍ଧ ସୋସିଆଲ ମିଡିଆ ଆପ ଡୋୟନରେ ତାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି। ଅନ୍ୟାନ୍ୟ ପ୍ରମୋସନାଲ ଭିଡ଼ିଓ ଯୋଗୁ ସଫଳତାର ଶିର୍ଷରେ ପହଂଚି ପାରିଛନ୍ତି। ଏଭଳି ଲୋକପ୍ରିୟତା ଓ ସଫଳତା ଦେଖି ଲକ୍ଷ ଲକ୍ଷ ଅନୁଗାମୀ ମାନେ ତାଙ୍କ ପ୍ରତି ଆକର୍ଷିତ ହୋଇଛନ୍ତି। ଜିୟାଙ୍ଗ ୨୦୧୭ ମସିହା ପରଠାରୁ କ୍ରମାଗତ ଭାବେ ଭିଡ଼ିଓ ସେୟାର କରି ସର୍ବାଧିକ ଲୋକପ୍ରିୟତା ସାଉଁଟିବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିବା ପାଇଁ ସେ ପୁରା ସାଧାରଣ ଉପାୟ ଆପଣାଇବା ସହ ସେଥିରେ ସ୍ପଷ୍ଟତା ରଖିଥାନ୍ତି। ଖୁବ୍‍ ସହଜରେ ସେ ମାର୍କେଟିଂ ମଧ୍ୟ କରିପାରନ୍ତି। ଜିୟାଙ୍ଗ ଲାଇଭ ଭିଡ଼ିଓ କରିବା ବେଳେ ଖୁବ ସରଳ ଭାବେ ବିଭିନ୍ନ ପ୍ରକାର ପ୍ରଡକ୍ଟର ଏକ ବିସ୍ତୃତ ତଥ୍ୟ ଉପସ୍ଥାପନ କରନ୍ତି। ପ୍ରତ୍ୟେକ ପ୍ରଡକ୍ଟକୁ ମାତ୍ର ୩ ସେକେଣ୍ଡ ସ୍କ୍ରିନରେ ଦେଖି ପାରନ୍ତି ଦର୍ଶକ।

ଜିୟାଙ୍ଗ ପ୍ରଦର୍ଶିତ କରୁଥିବା ପ୍ରଡକ୍ଟର ମୂଲ୍ୟ ୧୦ ୟୁଆନ୍‍ (ଭାରତୀୟ ୧୧୫.୬୫ଟଙ୍କା)ରୁ କମ। ଯାହା ଦ୍ୱାରା ଲୋକମାନେ ଖୁବ ଅଧିକ ବିକ୍ରୟ ଏବଂ କ୍ରୟ କରିପାରିବେ। କେବଳ ଗୋଟିଏ ସପ୍ତାହରେ ଏହା ପ୍ରାୟ ଦଶ ମିଲିୟନ ୟୁନିଟ୍‍ ବିକ୍ରୟ କରିବାରେ ସଫଳ କରିଥିଲା। ଏହାଦ୍ୱାରା ୧୧୬କୋଟିରୁ ଅଧିକ ଆୟ ହୋଇଥିବା ଜଣାପଡିଛି। ଏହି ସଫଳତା ଇ-କମର୍ସ ଲାଇଭ୍‍ ଷ୍ଟ୍ରିମିଂ ଜଗତରେ ତାଙ୍କ ସ୍ଥିତିକୁ ମଜବୁତ କରିଛି। ଜିୟାଙ୍ଗଙ୍କୁ ସବୁଠୁ ପୃଥକ କରିଥାଏ ତାଙ୍କର ସଚ୍ଚୋଟ ପଣ। ଯେଉଁମାନେ ପଲିସ୍‍ ଏବଂ ବ୍ରାଣ୍ଡେଡ୍‍ ସାମଗ୍ରୀ ଉପରେ ନିର୍ଭର କରନ୍ତି ସେମାନଙ୍କ ତୁଳନାରେ ଜିୟାଙ୍ଗ ସାଧାରଣ ଏବଂ ଷ୍ଟାଇଲିସ୍‍ ପ୍ରଡକ୍ଟ ସୋ କରନ୍ତି। ଯାହା ଦର୍ଶକଙ୍କୁ ଖୁବ ଭଲ ଲାଗିଥାଏ। ତାଙ୍କର ସରଳ ଆଭିମୁଖ୍ୟ ତାଙ୍କୁ ଲକ୍ଷ ଲକ୍ଷ ଦର୍ଶକଙ୍କ ବିଶ୍ୱାସ ଭାଜନ କରାଇପାରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories