www.samajalive.in
Sunday, December 7, 2025
15.1 C
Bhubaneswar

କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ରାଜସ୍ଥାନ: ରାଜସ୍ଥାନ କୋଟାରେ ଆଉ ଜଣେ ଛାତ୍ର ଫ୍ୟାନରେ ଝୁଲି ପଡି ଆତ୍ମହତ୍ୟା କରିଛନ୍ତି। ଯାହା ଚଳିତବର୍ଷର ଚତୁର୍ଥ ଘଟଣା। ମୃତ ଛାତ୍ର ଜଣକ ଦ୍ବାଦଶ ଶ୍ରେଣୀରେ ପଢୁଥିବାବେଳେ ସେ କୋଟାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ। ମଙ୍ଗଳବାର ସକାଳୁ ପରିବାର ଲୋକ ନିଜ ପୁଅ ପାଖକୁ ବାରମ୍ବାର ଫୋନ୍ କରିଥିଲେ। ହେଲେ ଛାତ୍ର ଜଣକ ଫୋନ୍ ଉଠାଇନଥିଲେ । ବାଧ୍ୟ ହୋଇ ପରିବାର ଲୋକ ହଷ୍ଟେଲ ୱାଡେନ୍‌ଙ୍କ ନିକଟକୁ ଫୋନ୍ କରିଥିଲେ। ପରେ ୱାର୍ଡେନଜଣକ ତୁରନ୍ତ ଉକ୍ତ ଛାତ୍ରଙ୍କ ରୁମ୍‌ ନିକଟରେ ପହଞ୍ଚି ଦେଖିଥିଲେ ଛାତ୍ରଜଣକ ଫ୍ୟାନ୍‌ରେ ଝୁଲି ରହିଥିଲେ। ଏନେଇ ୱାର୍ଡେନ ତୁରନ୍ତ ଛାତ୍ରଙ୍କ ପରିବାର ସମେତ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories