www.samajalive.in
Monday, December 8, 2025
24.1 C
Bhubaneswar

ଆସ୍ଥା ଜିତିଲେ ନୀତୀଶ ସରକାର, ମିଳିଲା ୧୨୯ ସଦସ୍ୟଙ୍କ ସମର୍ଥନ

ପାଟଣା : ନୀତୀଶ କୁମାରଙ୍କ ସରକାର ସୋମବାର ଆସ୍ଥା ଜିତିଛି । ବିହାର ବିଧାନସଭାରେ ହୋଇଥିବା ମତଦାନରେ ନୀତୀଶ କୁମାରଙ୍କ ସରକାର ବହୁମତ ସାବ୍ୟସ୍ତ କରିଛନ୍ତି । ସରକାରଙ୍କୁ ବିଶ୍ବାସ ମତ ପ୍ରସ୍ତାବ ପକ୍ଷରେ ୧୨୯ ସଦସ୍ୟଙ୍କ ସମର୍ଥନ ହାସଲ ହୋଇଛି । ତେବେ ବିରୋଧରେ ଗୋଟିଏ ବି ଭୋଟ୍ ପଡିନି । ସରକାରଙ୍କ ବିଶ୍ବାସ ମତ ହାସଲ କରିବାର ପ୍ରକ୍ରିୟା ପୁରା ହେବା ପରେ ସଦନ ନୂଆ ଅଧ୍ୟକ୍ଷଙ୍କୁ ଚୟନ କରିବ ।

ଫ୍ଲୋର ଟେଷ୍ଟ ପୂର୍ବରୁ ବିହାର ବିଧାନସଭା ଆରଜେଡିର ନେତା ଅବଧ ବିହାରୀ ଚୌଧୁରୀଙ୍କୁ ସଦନର ଅଧ୍ୟକ୍ଷ ପଦରୁ ହଟାଇବା ପ୍ରସ୍ତାବକୁ ସୋମବାର ପାରିତ କରିଛି । ଏହା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହିତ ମିଶି ପ୍ରସ୍ତୁତ ନିଜ ନୂଆ ସରକାର ପାଇଁ ବିଶ୍ବାସ ମତ ହାସଲ କରିବା ପାଇଁ ସୋମବାର ବିଧାନସଭାରେ ପ୍ରସ୍ତାବ ଆଗତ କରିଥିଲେ ।

- Advertisement -

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୫ ଦିନ ପୂର୍ବରୁ ମହାମେଣ୍ଟରୁ ଅଲଗା ହୋଇ ବିଜେପି ସହିତ ମିଶିଥିଲେ । ପୂର୍ବ ମହାମେଣ୍ଟ ସରକାରର ଅଂଶ ରହିଥିବା ଆରଜେଡି ନେତା ଚୌଧୁରୀ ନିଜ ପାର୍ଟିର କ୍ଷମତାରୁ ବାହାରିଯିବା ପରେ ନିଜ ପଦ ଛାଡିବା ପାଇଁ ମନା କରିଦେଇଥିଲେ । ଏନଡିଏ ତରଫରୁ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅବିଶ୍ବାସ ପ୍ରସ୍ତାବକୁ ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୨୫ ବିଧାୟକଙ୍କ ସମର୍ଥନ ମିଳିଲା । ତେବେ ୧୧୨ ସଦସ୍ୟ ଏହା ବିରୁଦ୍ଧରେ ମତଦାନ କରିଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories