www.samajalive.in
Monday, December 8, 2025
24.1 C
Bhubaneswar

ପୁଣି ବଦଳିପାରେ ପାଗ ; ଏହି ସ୍ଥାନରେ ବର୍ଷା ସମ୍ଭାବନା ; ବଢିପାରେ ଥଣ୍ଡା

ନୂଆଦିଲ୍ଲୀ : ପୁଣି ବଦଳିବ ପାଗ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶ ଓ ବିହାରର ଅନେକ ସ୍ଥାନରେ ପାଗରେ ପୁଣି ପରିବର୍ତ୍ତନ ହେବା ନେଇ ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି। ବର୍ତ୍ତମାନ ଉତ୍ତର ଭାରତରେ ପାଗ ସଫା ରହିଛି। ପାଣି ପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ପାହାଡରେ ହେଉଥିବା ବରଫପାତ କାରଣରୁ ଥଣ୍ଡା ପବନର ପ୍ରକୋପ ଜାରି ରହିବ। ସେହିପରି ଝାଡଖଣ୍ଡ, ଛତିଶଗଡ ଓ ମହାରାଷ୍ଟ୍ରର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ଅନୁଯାୟୀ, ଧିରେ ଧିରେ ଖରା ଅନୁଭୂତ ହେବା ସହ ସର୍ବନିମ୍ନ ତାପମାତ୍ରାରେ ମଧ୍ୟ ବୃଦ୍ଧି ହେଉଥିବା ଦେଖାଯାଇଛି। ସୋମବାର ପୂର୍ବ ଉତ୍ତର ପ୍ରଦେଶର କିଛି ସ୍ଥାନରେ ବର୍ଷା ସହ ମଙ୍ଗଳବାର ମଧ୍ୟ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏହାପରେ ଫେବ୍ରୁଆରୀ ୧୫ରୁ ପାଗ ଶୁଖିଲା ରହିବା ସହ ଥଣ୍ଡାର ପ୍ରଭାବ କମିଯିବ।
ସେହିପରି ବିହାରର ୧୫ ଜିଲାରେ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ବର୍ଷା ପରେ ଥଣ୍ଡା ପବନ ବହିବା ସହ ଥଣ୍ଡା ପୁଣି ବଢିବାର ସମ୍ଭାବନା ରହିଛି। ୧୩ ଓ ୧୪ ଫେବ୍ରୁଆରୀରେ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ପ୍ରବଳ ବର୍ଷା ସହ ବଜ୍ରପାତର ମଧ୍ୟ ସମ୍ଭାବନା ରହିଛି। ଅନେକ ସ୍ଥାନରେ ଏବେ ମଧ୍ୟ ଶୀତଲାହରି ଜାରି ରହିଛି।
ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁଯାୟୀ, ୧୨ରୁ ୧୩ ଫେବ୍ରୁଆରୀ ମଧ୍ୟରେ ମଧ୍ୟ ପ୍ରଦେଶ, ଓଡିଶା ଓ ଛତିଶଗଡରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏହାବ୍ୟତୀତ ୧୨ରୁ ୧୪ ଫେବ୍ରୁଆରୀ ମଧ୍ୟରେ ଦକ୍ଷିଣ ଉତ୍ତର ପ୍ରଦେଶ ଓ ଦକ୍ଷିଣ ବିହାର ଓ ପଶ୍ଚିମ ବଙ୍ଗରେ ବର୍ଷା ସମ୍ଭାବନା ରହିଛି। ଏହାପରେ ଆସନ୍ତା ୨ ରୁ ୩ ଦିନ ପରେ ଉତ୍ତର ପଶ୍ଚିମ ଓ ମଧ୍ୟ ଭାରତର ସର୍ବନିମ୍ନ ତାପମାତ୍ରା ୨ ରୁୁ ୩ ଡିଗ୍ରୀ ବୃଦ୍ଧି ପାଇପାରେ।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories