www.samajalive.in
Saturday, December 13, 2025
26.1 C
Bhubaneswar

ଫେବୃଆରୀ ୧୬ରେ ଭାରତ ବନ୍ଦ ଡାକରା

ଚଣ୍ଡିଗଡ଼: ପଞ୍ଜାବ ଓ ହରିୟାଣାର ୨୬ଟି କୃଷକ ସଂଗଠନ ମଙ୍ଗଳବାର ଦିଲ୍ଲୀ ପଦଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପଞ୍ଜାବର ବହୁ ସଂଖ୍ୟକ କୃଷକ ହରିୟାଣା ସୀମାରେ ଏକାଠି ହେବା ଆରମ୍ଭ କରିଛନ୍ତି। ଇତି ମଧ୍ୟରେ ଭାରତୀୟ କୃଷକ ସଂଗଠନ ଉଗ୍ରହାନ ଗୋଷ୍ଠୀ ନେତା ଯୋଗୀନ୍ଦର ସିଂହ ଉଗ୍ରହାନ ଫେବୃଆରୀ ୧୬ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ସେ ସମସ୍ତ କୃଷକ ସଂଗଠନ ଏବଂ ବ୍ୟବସାୟୀମାନଙ୍କୁ ଏହାକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି। ଅପରପକ୍ଷେ, ହରିୟାଣାରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପଞ୍ଜାବ ସୀମାବର୍ତ୍ତୀ ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି।

୧୫ଟି ଜିଲାରେ ଧାରା ୧୪୪ ଲାଗୁ କରାଯାଇଛି। ୭ଟି ଜିଲାରେ ମୋବାଇଲ୍ ଇଣ୍ଟରନେଟ୍ ବନ୍ଦ କରାଯାଇଛି। ଏହାରି ମଧ୍ୟରେ ସୋମବାର ଅପରାହ୍ନ ୫ଟାରେ କେନ୍ଦ୍ରମନ୍ତ୍ରୀ ଓ କୃଷକ ନେତାଙ୍କ ମଧ୍ୟରେ ଚଣ୍ଡିଗଡ଼ରେ ଗୁରୁତ୍ୱପୂର୍ଣ୍ଣ ଦ୍ବିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୀୟୁଷ ଗୋୟଲ, ନିତ୍ୟାନନ୍ଦ ରାୟଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍ ଏବଂ ବିଭିନ୍ନ କୃଷକ ସଂଗଠନର ୧୦ ଜଣ ପ୍ରତିନିଧି ସାମିଲ ହେବେ। ଏହାପୂର୍ବରୁ ଫେବୃଆରୀ ୮ରେ କୃଷକ ସଂଗଠନ ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କର ପ୍ରଥମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କିଛି ଦାବି ଗ୍ରହଣ କରାଯାଇଥିଲା କିନ୍ତୁ ଏମଏସପିକୁ ଆଇନ କରିବା ସମେତ କେତେକ ଦାବି ଉପରେ ସହମତି ପ୍ରକାଶ ପାଇ ନଥିଲା।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories