www.samajalive.in
Wednesday, December 10, 2025
26.1 C
Bhubaneswar

ଭକ୍ତ ଶିରୋମଣି ଦାସିଆଙ୍କ ତିରୋଧାନ ଉତ୍ସବରେ ଲୋକାର୍ପିତ ହେବ ଆଧ୍ୟାତ୍ମିକ ପତ୍ରିକା ‘ଭାବକୁ ନିକଟ’

ପିପିଲି:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଶିରୋମଣି ଦାସିଆଙ୍କ ପବିତ୍ର ତିରୋଧାନ ଉତ୍ସବ ପବିତ୍ର ମାଘ ଶୁକ୍ଳ ଏକାଦଶୀ ତଥା ଆସନ୍ତା ୨୦ ତାରିଖ ମଙ୍ଗଳବାର ଦିନ ପିପିଲି ନିକଟବର୍ତ୍ତି ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଭକ୍ତଙ୍କ ଜନ୍ମ ଓ ସାଧନା ପୀଠ ଠାରେ ପାଳିତ ହେବ। ଏଥିପାଇଁ ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଭକ୍ତ ଦାସିଆ ସ୍ମ୍ମୃତି କମିଟି ପକ୍ଷରୁ ଦାସିଆଙ୍କ ତିରୋଧାନ ଦିବସ ପାଳନ ସଂପର୍କରେ ବାଲିଗାଁ ଠାରେ ଚୁଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡଃ ପ୍ରତିଭା ମହାରଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ଼ଃ ଘନଶ୍ୟାମ ସ୍ୱାଇଁ ତିରୋଧାନ ଦିବସ ପାଳନ ସଂପର୍କିତ ସବିଶେଷ ସୂଚନା ଦେଇଥିଲେ।

- Advertisement -

ବିଭିନ୍ନ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ କରାଯାଇ ଏହାର ସୁପରିଚାଳନା ନିମନ୍ତେ ସ୍ଥାନୀୟ ଗ୍ରାମବାସୀ, ଭକ୍ତ ଦାସିଆ ଆଞ୍ଚଳିକ କମିଟିର ସଦସ୍ୟ, ଭକ୍ତ ଦାସିଆ ସେବା ଦଳ, ଦାସ ସଂପ୍ରଦାୟର ସଦସ୍ୟମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ୨୦ ତାରିଖ ପ୍ରତ୍ୟୁଷରେ ଭକ୍ତଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ବେଦ, ଗୀତାପାଠ, ଶ୍ରାଦ୍ଧ ହୋମ, ଭଜନ ଓ ସଂକୀର୍ତ୍ତନ ପରିବେଷଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସ୍ମୃତି କମିଟି ପକ୍ଷରୁ ହେବାକୁ ଥିବା ସ୍ମୃତିସଭାରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଅତିଥିଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆଧ୍ୟାତ୍ମିକ ପତ୍ରିକା ‘ଭାବକୁ ନିକଟ’ ଲୋକାର୍ପଣ କରାଯିବ। ଏହି ଅବସରରେ ଅନୁଷ୍ଠାନର ଉପସଭାପତି ଭାବେ ଇଂ.ଦେବ ନାରାୟଣ ପାଲଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା।

ଭକ୍ତ ଦାସିଆ ମେମୋରିଆଲ ପାଠାଗାର ନିମନ୍ତେ ଆବଶ୍ୟକୀୟ ସମସ୍ତ ଆସବାବପତ୍ରକୁ ଯଥାଶିଘ୍ର କ୍ରୟ କରାଯିବା ସହ ମନ୍ଦିର ପୂଜକମାନଙ୍କ ନିମନ୍ତେ ଏକ ସ୍ଥାୟୀ ଘର ନିର୍ମାଣ କରାଯିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି କମିଟିର ଯୁଗ୍ମ ସମ୍ପାଦକ ଡଃ ଚିତ୍ତ ରଞ୍ଜନ ମିଶ୍ର, ସାଂସ୍କୃତିକ ସମ୍ପାଦକ ଆଇନଜୀବୀ ସରୋଜ କୁମାର ସାହୁ, କୋଷାଧ୍ୟକ୍ଷ ଅର୍ଜ୍ଜୁନ ଚରଣ ସାମଲ, ବରିଷ୍ଠ ସଦସ୍ୟ ଇଂ ବସନ୍ତ କୁମାର ମିଶ୍ର, ପ୍ରଫେସର ବୃନ୍ଦାବନ ଚନ୍ଦ୍ର ରଥ, ପ୍ରତାପ ଚନ୍ଦ୍ର ସିଂ, ରମେଶ ଚନ୍ଦ୍ର ପ୍ରଧାନ, ଜୟକୃଷ୍ଣ ରାଉତ, ଫଗୁ ବେହେରା, ସଙ୍ଗୀତଜ୍ଞ ଅଜୟ ଦାଶ ଓ ଅନ୍ତର୍ଜାତିକ ବଂଶୀବାଦକ ପର୍ଶୁରାମ ଦାସ ପ୍ରମୁଖ ଯୋଗଦେଇଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories