www.samajalive.in
Wednesday, December 10, 2025
26.1 C
Bhubaneswar

ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ସ୍କୁଲ ପରିଚାଳନା କମିଟିର କ୍ଷୋଭ

ପଦ୍ମପୁର: ରାୟଗଡା ଜିଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଖମ୍ବାରୀଗୁଡ଼ାରେ ଥିବା ବୁଦ୍ଧରାଜ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରେ ଗତ ୨୨ଦିନ ଜଳ ସଙ୍କଟ ଥିବା ନେଇ ସାମାଜିକ ଗଣମାଧ୍ୟମ ଓ ନିର୍ଦ୍ଦିଷ୍ଟ ଖବର କାଗଜରେ ପ୍ରକାଶିତ ଖବରକୁ ନେଇ ସ୍କୁଲ ପରିଚାଳନା କମିଟି ଓ ପ୍ରଧାନଶିକ୍ଷକ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିସହ ଏହା ମିଥ୍ୟା ଓ ଏଥିରେ କୌଣସି ସତ୍ୟତା ନଥିବା ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୯ ତାରିଖ ଦିନ ଛାତ୍ରୀ ନିବାସରେ ଥିବା ବୋରୱେଲରେ ଜଳ ସମସ୍ୟା ଖବର ଜାଣିବା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁରନ୍ତ ଏ ସମସ୍ୟା ଫୋନ୍ ଯୋଗେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ଓ ଲିଖିତ ଆକାରରେ ପ୍ରକଳ୍ପ ପ୍ରଶାସିକା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣପୁରଙ୍କୁ ଜଣାଇଥିଲେ। ତୁରନ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଧାନଶିକ୍ଷକଙ୍କୁ ୨୦୦୦ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ଆଣିବା ପାଇଁ ଅନୁରୋଧ କରିଥିଲେ ଏବଂ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର କର୍ମଚାରୀଙ୍କୁ ଜଣାଇ ବୋରୱେଲ ମରାମତି ନିମନ୍ତେ ଏକ ଟିମ୍ ପ୍ରେରଣ କରିଥିଲେ। ଏଥିରୁ ଜଣାପଡିଥିଲା ଯେ, ଭୂତଳ ଜଳସ୍ତର କମିଯିବାରୁ ବୋରୱେଲ ମଧ୍ୟରେ ବାଲି ପଶି ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏଣୁ ପ୍ରକଳ୍ପ ପ୍ରଶାସିକା ତୁରନ୍ତ ଜଳ ସମସ୍ୟାର ସମାଧାନ ପାଇଁ ଏକ ନୂଆ ବୋରୱେଲ ଖନନ କରିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରିଥିବା ପ୍ରଧାନ ଶିକ୍ଷକ ସୂଚନା ଦେବାସହ ସ୍କୁଲକୁ ବଦନାମ କରିବା ପାଇଁ ଏକ ଚକ୍ରାନ୍ତ ବୋଲି କହିଥିଲେ।

- Advertisement -

ଅନ୍ୟପକ୍ଷରେ ବିଦ୍ୟାଳୟକୁ ପାନୀୟ ଜଳ ଯୋଗାଣ ମଧ୍ୟ ପଞ୍ଚାୟତ ତରଫରୁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଗତ ୨୨ଦିନ ହେଲା ଯେଉଁ ଜଳ ସଙ୍କଟ ବୋଲି ଖବର ଆସିଛି ତାହା ସମ୍ପୂର୍ଣ୍ଣ ଭୁଲ। ମୁଁ ଗତ ଜାନୁଆରୀ ୩୦ରେ ଉକ୍ତ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲି। ସେତେବେଳେ ଏ ସମ୍ପର୍କରେ କୌଣସି ଅଭିଯୋଗ ନଥିଲା ଏବଂ ଗତ ୯ତାରିଖ ସନ୍ଧ୍ୟାରେ ଜଳ ସଙ୍କଟ ନେଇ ସୂଚନା ଆସିବା ପରେ ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ସମସ୍ୟା ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିବା ନେଇ କହିଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories