www.samajalive.in
Saturday, December 13, 2025
26.1 C
Bhubaneswar

ଆସିଲା ‘କାଗଜ ୨’ ଟ୍ରେଲର; ସତୀଶ କୌଶିକଙ୍କ ଶେଷ ଫିଲ୍ମର ଝଲକ୍‌ ଦେଖି ଭାବପ୍ରବଣ ଦର୍ଶକ

ମୁମ୍ବଇ: ସତୀଶ କୌଶିକ ଏ ଦୁନିଆରୁ ବିଦାୟ ନେଇଛନ୍ତି ସତ, କିନ୍ତୁ ତାଙ୍କ ଅଭିନୟ ଆଜି ବି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଶଂସକଙ୍କ ମଧ୍ୟରେ ଜୀବନ୍ତ ରହିଛି। ଇତି ମଧ୍ୟରେ ତାଙ୍କ ଶେଷ ଫିଲ୍ମ ‘କାଗଜ ୨’ର ଟ୍ରେଲର ରିଲିଜ୍‌ କରାଯାଇଛି, ଯାହାକୁ ଦେଖି କେବଳ ପ୍ରଶଂସକ ନୁହେଁ ସେଲିବ୍ରିଟିମାନେ ମଧ୍ୟ ଭାବପ୍ରବଣ ହୋଇଯାଇଛନ୍ତି ଏବଂ କମେଣ୍ଟ ମାଧ୍ୟମରେ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ହିଟ୍‌ଯୋଗ୍ୟ ବୋଲି କହୁଥିବା ଦେଖିବାକୁ ମିଳିଛି। ଭିକେ ପ୍ରକାଶ ନିର୍ଦେଶିତ ‘କାଗଜ ୨’ ମାର୍ଚ୍ଚ ୧ରେ ମୁକ୍ତିଲାଭ କରିବ।

ଚଳଚ୍ଚିତ୍ରରେ ଅନୁପମ ଖେର, ଦର୍ଶନ କୁମାର, ଦିବଂଗତ ଅଭିନେତା ସତୀଶ କୌଶିକ, ସ୍ମୃତି କାଲରା ଓ ନୀନା ଗୁପ୍ତା ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଟ୍ରେଲରରେ ସମସ୍ତଙ୍କ ଝଲକ୍‌ ଦେଖିବାକୁ ମିଳିଛି। ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ମାତ୍ରେ ଲୋକେ କମେଣ୍ଟରେ ବହୁ ମାତ୍ରାରେ ପ୍ରତିକ୍ରିୟା ଦେଇଛନ୍ତି। ଅଭିନେତା ଅନୀଲ କପୁର ମଧ୍ୟ ଟ୍ରେଲର ଶେୟାର କରିଛନ୍ତି ଓ ତାଙ୍କ ଦିବଂଗତ ବନ୍ଧୁଙ୍କୁ ମନେପକାଇଛନ୍ତି।

- Advertisement -


ସୂଚନାଯୋଗ୍ୟ ଯେ, ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ସତୀଶ କୌଶିକ ଗତ ବର୍ଷ ମାର୍ଚ୍ଚ ୯ରେ ହୋଲି ଉତ୍ସବ ପାଳନ ପରେ ହୃଦଘାତରେ ତାଙ୍କର ହଠାତ୍‌ ମୃତ୍ୟୁ ଘଟିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories