www.samajalive.in
Sunday, December 14, 2025
26.1 C
Bhubaneswar

ମଣ୍ଡିରେ କଟଣି-ଛଟଣି ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅ : ରାଜ୍ୟ ସରକାର

ଭୁବନେଶ୍ବର :ଖରିଫଋତୁର ଧାନ ଫସଲ ଅମଳ ବେଳେ ସମବାୟ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିଥିବା ମଣ୍ଡିରେ କଟଣି-ଛଟଣି କରି ଚାଷୀଙ୍କୁ ମିଲର୍ସମାନେ ନାହିଁ ନଥିବା ହଇରାଣ ହରକତ କରାଯାଉଥିବା ଅଭିଯୋଗକୁ ନେଇ ରାଜ୍ୟ ସରକାର ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଏଣିକି କୌଣସି ମଣ୍ଡିରେ କଟଣି-ଛଟଣି ହେବ ନାହିଁ। ଚାଷୀମାନେ କେବଳ ଏଫ୍ଏକ୍ୟୁ ମାନର ଧାନ ଦେବେ। ଯଦି କୌଣସି ମଣ୍ଡିରେ ପାକ୍ସ କର୍ମଚାରୀ କିମ୍ବା ମିଲର୍ସମାନେ କଟଣି-ଛଟଣି କରନ୍ତି ତେବେ ତାଙ୍କୁ ଗିରଫ କରିବା ଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଏନେଇ ବିଭାଗ ପକ୍ଷରୁ ଜିଲାପାଳମାନଙ୍କୁ ପତ୍ର ଲେଖାଯାଇଥିବାବେଳେ ଫୋନ୍ ଯୋଗେ ମଧ୍ୟ କୁହାଯାଇଥିବା ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ ଏବେ ରାଜ୍ୟର ପ୍ରାୟ ୨୩ଟି ଜିଲାରେ ମଣ୍ଡି ଖୋଲି ସାରିଲାଣି। ତେବେ ବିଭିନ୍ନ ମଣ୍ଡିରେ ଧାନ ସଂଗ୍ରହ ବେଳେ ଚାଷୀଙ୍କଠାରୁ ମିଲର୍ସମାନେ କଟଣି-ଛଟଣି କରୁଥିବା ନେଇ ଅଭିଯୋଗ ଆସୁଛି। ଏହାକୁ ନେଇ ବିରୋଧୀମାନେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଆଗାମୀ ଦିନରେ ଯେଭଳି ଏପରି କୌଣସି ପ୍ରକାର ସମସ୍ୟା ନଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲାପାଳମାନଙ୍କୁ କୁହାଯାଇଛି। ଆସନ୍ତା ୧୫ ତାରିଖରୁ ଗଜପତି ସମେତ ଅନ୍ୟାନ୍ୟ ସ୍ଥାନରେ ମଣ୍ଡି ଖୋଲିବାକୁ ରହିଛି। ତେବେ ମିଲର୍ସମାନେ ଚାଷୀମାନଙ୍କ ଧାନର ଏଫ୍ଏକ୍ୟୁମାନ ଯାଞ୍ଚ କରି ନେବେ। ଏହାବାଦ୍ କୌଣସି ପ୍ରକାର ବିଶୃଙ୍ଖଳା କଲେ ବରଦାସ୍ତ କରାଯିବ ନାହିଁ। ନିୟମ ଅନୁଯାୟୀ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ଗୁଡିକ ଚାଷୀଙ୍କଠାରୁ ଧାନ ସଂଗ୍ରହ କରି ୨୪ଘଣ୍ଟା ମଧ୍ୟରେ ମିଲର୍ସଙ୍କୁ ଦେବେ। ମିଲର୍ସମାନେ ଧାନ ଗ୍ରହଣ କରିବା କ୍ଷଣି ୨୪ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଧାନର ମୂଲ୍ୟ ପ୍ରଦାନ କରିବେ। ଏଦିଗରେ ଯଦି କୌଣସି ମିଲର୍ସ ବା ପାକ୍ସ ବିଶୃଙ୍ଖଳା ଆଚରଣ କରନ୍ତି ତେବେ ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories