www.samajalive.in
Sunday, December 14, 2025
26.1 C
Bhubaneswar

ଦିନେ ଥିଲେ ଡେଲିଭରୀ ବୟ, ଆଜି କୋଟି କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ : କିଛି କାହାଣୀ ଅନେକ ପ୍ରେରଣାଦାୟୀ ହୋଇଥାଏ । କ୍ରେଡ୍(CRED)ର ପ୍ରତିଷ୍ଠାତା କୁନାଲ ଶାହଙ୍କ କାହାଣୀ ମଧ୍ୟ ଠିକ୍ ସେହିପରି । ନିକଟରେ ଇନ୍ଫୋଏଜର ସଂସ୍ଥାପକ ସଞ୍ଜୀବ ବିଖଚନ୍ଦାନୀ ଦିଲ୍ଲୀରେ ଏକ କଫି ଦୋକାନରେ ତାଙ୍କ ସହିତ ସାକ୍ଷାତ କରିବା ପରେ ଏକ ରୋଚକ କାହାଣୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା କି ଏବେ ଭାଇରାଲ ହେଉଛି ।

 

- Advertisement -

ବିଖଚନ୍ଦାନୀ କଫି ଦୋକାନରେ କୁନାଲଙ୍କ ସହିତ ଏକ ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି କି ‘ଦିଲ୍ଲୀରେ ଏକ କଫି ଦୋକାନରେ କୁନାଲ ଶାହଙ୍କ ସହିତ ବସିଥିଲି ।  ତାଙ୍କୁ ପଚାରିଲି କି ସେ ଦର୍ଶନଶାସ୍ତ୍ର ଅଧ୍ୟୟନ କାହିଁକି କଲେ । ଏଥିରେ ରୁଚି ଥିଲା ନା ଦ୍ବାଦଶରେ ଅଧିକ ନମ୍ବର ଥିବାରୁ ଆଡମିଶନ ମିଳିଥିଲା । ଏହାର ଉତ୍ତରରେ ସେ କହିଲେ କି ସେମିତି କିଛି ନାହିଁ । ତାଙ୍କ ପରିବାର ଦେବାଳିଆ ହୋଇଯାଇଥିଲା । ତାଙ୍କୁ ଡେଲିଭରୀ ବୟ ଭାବେ ଏବଂ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରିବାକୁ ପଡୁଥିଲା । ଦର୍ଶନଶାସ୍ତ୍ର ଏମିତି ଏକ ବିଷୟ ଥିଲା ଯାହାକୁ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ କରିହେଉଥିଲା…. ସାଲ୍ୟୁଟ୍ ।’

ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି ଏବଂ କୁନାଲ ଶାହଙ୍କ କାହାଣୀ ବହୁତ ପ୍ରେରଣାଦାୟୀ ବୋଲି ସମସ୍ତେ ପ୍ରତିକ୍ରିୟା ରଖୁଛନ୍ତି । ଧୈର୍ଯ୍ୟ ରଖି ଏବଂ ପ୍ରତିକୂଳ ପରିସ୍ଥିତିରେ ଆଗକୁ ବଢି କୁନାଲ ଯେଉଁ ଭଳି ଭାବେ ସଫଳଥା ହାସଲ କରିଛନ୍ତି ତାହା ସମସ୍ତଙ୍କୁ ପ୍ରେରଣା ଦେଉଛି । ଛୋଟ ଚାକିରିଠୁ ଆରମ୍ଭ କରି କୋଟି କୋଟି ଟଙ୍କା କ୍ରେଡ୍ ଏବଂ ଫ୍ରିଚାର୍ଜର ସ୍ଥାପନା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଏହା ପ୍ରମାଣ କରୁଛି କି ସଫଳତାର ଅନେକ ରାସ୍ତା ହୋଇପାର ଏବଂ ଆପଣଙ୍କୁ ନିଜ ରାସ୍ତା ନିଜେ ହିଁ ଚୟନ କରିବାକୁ ପଡିଥାଏ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories