www.samajalive.in
Monday, December 8, 2025
24.1 C
Bhubaneswar

ଫେବୃଆରୀ ୧୨ରେ ସଂକଳ୍ପ ନେଇଥିଲି, ଫେବୃଆରୀ ୭ରେ ବିଲ୍‌ ପାସ୍‌: ଧାମୀ

ଡେରାଡୁନ: ସ୍ବାଧୀନତା ପରେ ଦେଶର ପ୍ରଥମ ଏକକ ନାଗରିକ ସଂହିତା ବିଧେୟକ ଉତ୍ତରାଖଣ୍ଡ ୨୦୨୪ ବିଧାନସଭାରେ ପାରିତ ହୋଇଛି। ଦୁଇ ଦିନର ଲମ୍ବା ଚର୍ଚ୍ଚା, ତର୍କ ଓ ବିତର୍କ ପରେ ବୁଧବାର ସନ୍ଧ୍ୟାରେ ଗୃହରେ ବହୁମତରେ ଏହି ବିଲ୍ ପାରିତ ହୋଇଛି। ଆଲୋଚନା ସମୟରେ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ବିରୋଧୀ ସୁପାରିଶ କରିଥିଲେ। ତାଙ୍କ ପ୍ରସ୍ତାବକୁ ମଧ୍ୟ ବହୁମତରେ ଖାରଜ କରାଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ, ଏହି ବିଧେୟକ ସମାଜରେ ଭେଦଭାବ ଏବଂ କୁପ୍ରଥା ସମାପ୍ତ କରିବ। ସେ କହିଛନ୍ତି, ଏହି ଆଇନରେ ସଂଶୋଧନ ପାଇଁ ମଧ୍ୟ ବ୍ୟବସ୍ଥା ରହିବ। ବିଲ୍‌ ପାରିତ ହେବା ପରେ ବର୍ତ୍ତମାନ ରାଜ୍ୟପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ, ସେଠାରୁ ଅନୁମୋଦନ ପାଇବା ପରେ ରାଜ୍ୟରେ ଏହି ଆଇନ କାର୍ଯ୍ୟକାରୀ ହେବ। ସମସ୍ତ ଆଇନଗତ ପ୍ରକ୍ରିୟା ସମାପ୍ତ କରିବା ପରେ ୟୁସିସି ଲାଗୁ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ପାଲଟିବ।

ବିଧେୟକରେ ସବୁ ଧାର୍ମିକ ସମ୍ପ୍ରଦାୟରେ ବିବାହ, ଛାଡପତ୍ର, ଭରଣପୋଷଣ ଭତ୍ତା ଏବଂ ପୈତୃକ ସମ୍ପତ୍ତି ପାଇଁ ଏକ ନିୟମ ବ୍ୟବସ୍ଥା ରହିଛି। ପୁରୁଷ ଏବଂ ମହିଳାଙ୍କ ପାଇଁ ସମାନ ଅଧିକାର ସୁପାରିଶ କରାଯାଇଛି। ଅନୁସୂଚିତ ଜନଜାତିଙ୍କୁ ଏହି ଆଇନର ପରିସର ବାହାରେ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି, ୨୦୨୨ ମସିହା ଫେବୃଆରୀ ୧୨ରେ ବିଧାନସଭା ନିର୍ବାଚନ ସମୟରେ ସେ ଯଦି ପୁନର୍ବାର କ୍ଷମତାକୁ ଆସନ୍ତି, ତେବେ ଏକକ ନାଗରିକ ସଂହିତା ଆଇନ ଆଣିବାକୁ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଆଉ ଆଜି ପ୍ରାୟ ଦୁଇ ବର୍ଷ ପରେ ଫେବୃଆରୀ ୭ରେ ଏହି ସଂକଳ୍ପ ପୂରଣ ହୋଇଛି। ଯେଉଁ ଉଦ୍ଦେଶ୍ୟରେ ଜନସାଧାରଣ ତାଙ୍କୁ ମନୋନୀତ କରିଥିଲେ, ସେହି ସମାନତାର ଅଧିକାର ସମସ୍ତଙ୍କୁ ମିଳିବାକୁ ଯାଉଛି। ଏହାକୁ ଭୋଟ୍ ବ୍ୟାଙ୍କ ରାଜନୀତି ସହିତ ଯୋଡନ୍ତୁ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଧାମୀ।

- Advertisement -

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories