ମହେଶ ଜୁଏଲାରୀରେ ଜିଏସଟି ଏନଫୋର୍ସମେଣ୍ଟ ଚଢାଉ

ବାସୁଦେବପୁର : ବାସୁଦେବପୁର ସହରର ଜଣାଶୁଣା ଜୁଏଲାରୀ ଦୋକାନ ମହେଶ ଜୁଏଲାରୀ ଉପରେ ଜିଏସଟି ଏନଫୋର୍ସମେଣ୍ଟର ଚଢାଉ ।  ବୁଧବାର ଦିନ ପ୍ରାୟ ଦଶଟା ସମୟରେ ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ଯାଜପୁରର ଆଠ ଜଣିଆ ଟିମ ମହେଶ ଲୁଏଲାରୀର ବ୍ୟବସାୟ ପ୍ରତିଷ୍ଠାନ ସମେତ ବାସଭବନ ଉପରେ ଚଢାଉ ଆରମ୍ଭ କରିଥିଲେ । ମାତ୍ର ତିନିଘଣ୍ଟାର ବ୍ୟବଧାନ ପରେ ମହେଶ ଜୁଏଲାରୀଙ୍କ ବାସଭବନରୁ ପୁଣି ବ୍ୟବସାୟ ପ୍ରତିଷ୍ଠାନକୁ ତଦନ୍ତକାରୀ ଦୁଇଜଣିଆ ଟିମ ଫେରି ଆସିଥିଲେ । ଅନ୍ୟ ୬ ଜଣ ବ୍ୟବସାୟ ପ୍ରତିଷ୍ଠାନରେ ଚଢାଉ ଜାରି ରଖିଥିଲେ । ଜିଏସଟି ଡେପୁଟି କମିଶନର ସନତକୁମାର ଜେନାଙ୍କ ନେତୃତ୍ୱରେ ତଦନ୍ତକାରୀ ଦଳରେ ଆସିଷ୍ଟାଣ୍ଡ ଡେପୁଟି କମିଶନର ଶେଷଦେବ ପଟ୍ଟନାୟକ ଓ ବିନୟଭୂଷଣ ତ୍ରିପାଠୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଚଢାଉରେ ସାମିଲ ଥିଲେ ।

Comments are closed.