www.samajalive.in
Monday, December 8, 2025
27.1 C
Bhubaneswar

କେତେ ସୁରକ୍ଷିତ ଟ୍ରେନ୍ ଯାତ୍ରୀ: ଖାଦ୍ୟରୁ ବାହାରିଲା ମଲା ଅସରପା….

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ଝଟକା ଲାଗିଛି। କାରଣ ଆଇଆରସିଟିସି ଦ୍ବାରା ଟ୍ରେନ୍‌ରେ ଦିଆଯାଇଥିବା ଖାଦ୍ୟରୁ ଏକ ମଲା ଅସରପା ବାହାରିଛି। ତେବେ ଯେତେବେଳେ ଯାତ୍ରୀ ଜଣଙ୍କ ଏହି ଖାଦ୍ୟର ଫଟୋ ଟ୍ବିଟର ଆକାଉଣ୍ଟରେ ସେୟାର କରିଥିଲେ । ସେତେବେଳେ ଏହାକୁ ନେଇ ଆଇଆରସିଟିସି ନିଜ ପ୍ରତିକ୍ରିୟା ରଖିଛି। ଯାତ୍ରୀ ଜଣକ ନିଜ ପୋଷ୍ଟରେ ଲେଖିଛନ୍ତି ମୁଁ ୨୦୨୪ ଫେବୃଆରୀ ୧ ତାରିଖରେ ଟ୍ରେନ୍ ନଂ ୨୦୧୭୩ ରେ ରାନୀ କମଲାପତିରୁ ଜବଳପୁରକୁ ଯାଉଥିଲି। ଟ୍ରେନରେ ଯାତ୍ରା କଲାବେଳେ ମୋତେ ଯେଉଁ ଖାଦ୍ୟ ଦିଆଯାଇଥିଲା , ସେଥିରେ ଏକ ମଲା ଅସରପା ଦେଖି ମୁଁ ଆଶ୍ଚଯ୍ୟ ଚକିତ ହୋଇଯାଇଥିଲି। ଏହାକୁ ମୁଁ ମୋ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଥିଲି। ଆଇଆରସିଟିସି, ରେଳମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏଥିରେ ଟ୍ୟାଗ୍‌ କରିଥିଲି। ଆଇଆରସିଟିସି  ଏହି ପୋଷ୍ଟରେ ତୁରନ୍ତ ନିଜ ପ୍ରତିକ୍ରିୟା ରଖିଥିଲା। ଆଇଆରସିଟିସି ଲେଖିଥିଲା ଏହି ମାମଲାକୁ ଗମ୍ଭୀରତାର ସହ ନିଆଯାଇଛି। ସମ୍ପୃକ୍ତ ସେବା ପ୍ରଦାନକାରୀଙ୍କ ଉପରେ କଠୋର ଜରିମାନା ମଧ୍ୟ ଲଗାଯାଇଛି। ଏହି ପୋଷ୍ଟଟିକୁ ୩୪ ହଜାରରୁ ଅଧିକ ଲୋକ ଦେଖି ନିଜ ପ୍ରତିକ୍ରିୟା ରଖିଛନ୍ତି। ଜଣେ ୟୁଜର୍ସ କହିଛନ୍ତି ସେମାନଙ୍କୁ କିଛି କୁହନାହିଁ , ସେମାନେ ଅସରପା ପାଇଁ ବି ପଇସା ନେଇଯିବେ । ଆଉ ଜଣେ ଲେଖିଛନ୍ତି ଏହା କେବଳ ଏକ ଅସରପା , ବୋଧହୁଏ ଏହା ଖାଦ୍ୟକୁ ବେଶି ସ୍ବାଦିଷ୍ଟ କରିବ।  ଅନ୍ୟ ଜଣେ ଲେଖିଛନ୍ତି ଏହା ହେଉଛି ଏକ ଚିକେନ୍ ରେସିପି।  ଯେଉଁଥିରେ ଅସରପା ମିଶାଯାଇଛି। ବର୍ତ୍ତମାନ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ମାମଲାରେ ଆପଣମାନେ ମଧ୍ୟ  ନିଜର ମତାମତ ରଖିପାରିବେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories