www.samajalive.in
Monday, December 8, 2025
13.1 C
Bhubaneswar

ବୌଦ୍ଧ ପର୍ଯ୍ୟଟନସ୍ଥଳୀକୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍‍

ନୂଆଦିଲ୍ଳୀ: ଗୋଟିଏ ଯାତ୍ରାରେ ଦେଶର ସମସ୍ତ ବୌଦ୍ଧ ପର୍ଯ୍ୟଟନସ୍ଥଳର ଦର୍ଶନ କରିପାରିବେ ପର୍ଯ୍ୟଟକ। ଏଥିପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ଡିଲକ୍ସ ଟ୍ରେନ୍‍ ଚଳାଚଳ ଆରମ୍ଭ କରାଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍‍ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରି ତାଜମହଲରେ ବିଶ୍ରାମ ନେବ। ଏହି ଯାତ୍ରା ସମୟରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ବୋଧଗୟା, ନାଳନ୍ଦା(ରାଜଗିରି), ସାରନାଥ(ବାରାଣସୀ), ଲୁମ୍ବିନି, କୁଶିନଗର, ଶ୍ରାବସ୍ତି ଆଦି ବୌଦ୍ଧ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିପାରିବେ। ବର୍ତ୍ତମାନ ଭାରତରେ ବୌଦ୍ଧ ଧର୍ମାବଲମ୍ବୀ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜାପାନ୍‍, ଚୀନ୍‍, ଶ୍ରୀଲଙ୍କା ଓ ଥାଇଲାଣ୍ଡରୁ ପର୍ଯ୍ୟଟକମାନେ ଭାରତର ବିଭିନ୍ନ ବୌଦ୍ଧ ତୀର୍ଥ ସ୍ଥଳ ପରିଦର୍ଶନ କରିବାକୁ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ଉପରୋକ୍ତ ପଦକ୍ଷେପ ନିଆଯାଇଛି।
ଏହି ଟ୍ରେନ୍‍ରେ ଯାତ୍ରୀଙ୍କ ପାଇଁ ଡିଜିଟାଲ୍‍ ଲକର, ସୁସଜ୍ଜିତ ଆଲୋକସଜ୍ଜା, ନିରାମିଷ ଓ ଆମିଷ ଖାଦ୍ୟ ପାଇଁ ସ୍ୱତନ୍ତ୍ର ରୋଷେଇଘର, ବାୟୋ ଟଏଲେଟ୍‍, ମାଇକ୍ରୋୱେଭ୍‍ ଓଭାନ୍‍, କଫି ମେସିନ୍‍, ବଟଲ୍‍ ଚିଲର, ଡିସ୍‍ ୱାଶ୍‍, ସାୱାର ବାଥ୍‍ ଓ ଗିଜର ଆଦି ସୁବିଧା ରହିଛି। ଟ୍ରେନ୍‍ରେ ୧୨ଟି ଅତ୍ୟାଧୁନିକ ସୁବିଧା ଥିବା ବିଳାସପୂର୍ଣ୍ଣ ଓ ସୁରକ୍ଷିତ କୋଚ୍‍ ରହିବ। ସେଥିମଧ୍ୟରେ ୪ଟି ପ୍ରଥମ ଶ୍ରେଣୀ ବାତାନୁକୁଳିତ, ୨ଟି ଦ୍ୱିତୀୟ ଶ୍ରେଣୀ ବାତାନୁକୁଳିତ, ଗୋଟିଏ କିଚେନ୍‍ କାର, ଦୁଇଟି ଡାଇନିଂ କାର, ଗୋଟିଏ ଷ୍ଟାଫ୍‍ କାର ଓ ଦୁଇଟି ପାୱାର କାର ରହିବ। ପର୍ଯ୍ୟଟନ ପ୍ୟାକେଜ୍‍ ରହିଛି ୬୭ ହଜାର ଟଙ୍କା।
ସୂଚନାଯୋଗ୍ୟ, ଏହାପୂର୍ବରୁ ରେଳ ମନ୍ତ୍ରାଳୟ ପକ୍ଷରୁ ଶ୍ରୀରାମାୟଣ ଏକ୍ସପ୍ରେସ୍‍ର ଚଳାଚଳ ଆରମ୍ଭ କରାଯାଇଛି। ଦୁଇଟି ପର୍ଯ୍ୟାୟରେ ସମାପ୍ତ ହେବାକୁ ଥିବା ଏହି ୧୬ ଦିନିଆ ପର୍ଯ୍ୟଟନ ଯାତ୍ରାରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଭାରତ ଓ ଶ୍ରୀଲଙ୍କାରେ ପ୍ରଭୁ ଶ୍ରୀରାମଙ୍କ ଲୀଳା କ୍ଷେତ୍ର ପରିଦର୍ଶନ କରିପାରିବେ। ଦିଲ୍ଲୀରୁ ଯାତ୍ରାରମ୍ଭ କରି ଶ୍ରୀରାମାୟଣ ଏକ୍ସପ୍ରେସ୍‍ ଅଯୋଧ୍ୟା ଦେଇ ରାମକୋଟ ଓ କନକ ଭବନ ମନ୍ଦିର, ନନ୍ଦିଗ୍ରାମ, ଜନକପୁର, ବାରାଣସୀ, ପ୍ରୟାଗ, ଶ୍ରୀଙ୍ଗଭେରପୁର, ଚିତ୍ରକୁଟ, ନାସିକ, ହାମ୍ପି ଦେଇ ରାମେଶ୍ୱରରେ ଯାତ୍ରା ସମାପ୍ତ କରିବ। ଏହା ବ୍ୟତୀତ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ ପରିକଳ୍ପନା କରାଯାଇଛି। ଏହି ଟ୍ରେନ୍‍ ୭ ଦିନରେ ଶିରିଡ଼ି, ନାସିକ ଓ ତ୍ରୟମ୍ବକେଶ୍ୱର ଯାଇ ପ୍ରତ୍ୟାବର୍ତ୍ତନ କରିବ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories