www.samajalive.in
Monday, December 8, 2025
24.1 C
Bhubaneswar

ରାମଲାଲାଙ୍କ ଭଳି ଭଗବାନ ବିଷ୍ଣୁଙ୍କ ପ୍ରାଚୀନ ପ୍ରତିମା ନଦୀରୁ ଠାବ

କର୍ଣ୍ଣାଟକ: ରାଇଚୁର ଜିଲାର ଏକ ଗ୍ରାମରେ ଥିବା କୃଷ୍ଣ ନଦୀରେ ଭଗବାନ ବିଷ୍ଣୁଙ୍କର ପ୍ରାଚୀନ ପ୍ରତିମା ଦେଖିବାକୁ ମିଳିଛି । ପ୍ରତିମାକୁ ଦେଖିଲେ ଲାଗୁଛି ଏହା ଅଯୋଧ୍ୟାର ରାମଲାଲାଙ୍କ ମୂର୍ତ୍ତୀ ଭଳି । କାରଣ ଏହି ମୂର୍ତ୍ତୀ ଚାରିପାଶ୍ୱର୍ରେ ଅନ୍ୟ ଚିତ୍ରମାନ ଖୋଦିତ କରାଯାଇଛି । ଯେପରି ରାମଲାଲାଙ୍କ ମୂର୍ତ୍ତୀର ଚାରିପାଖରେ ଦେଖିବାକୁ ମିଳିଥିଲା । ଏହି ପ୍ରତିମା ସହିତ ଏକ ଶିବଲିଙ୍ଗ ମଧ୍ୟ ଠାବ ହୋଇଛି । ରାଇଚୁର ବିଶ୍ୱବିଦ୍ୟାଳୟର ପ୍ରାଚୀନ ଇତିହାସ ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ଅଧ୍ୟାପକ ଏହି ବିଷ୍ଣୁ ପ୍ରତିମା ବିଷୟରେ କହିଛନ୍ତି ଯେ କୃଷ୍ଣ ନଦୀ ଅବବାହିକାରେ ମିଳିଥିବା ଏହି ବିଷ୍ଣୁ ପ୍ରତିମାଙ୍କର ଅନେକ ବିଶେଷ ଗୁଣ ରହିଛି । ସେ କହିଛନ୍ତି ଯେ ଏଥିରେ ଭଗବାନ ବିଷ୍ଣୁଙ୍କ ଚତୁର୍ଦ୍ଦିଗରେ ମତ୍ସ୍ୟ, କୁର୍ମ, ବରାହ, ନରସିଂହା, ବାମନ, ରାମ, ପର୍ଶୁରାମ, କୃଷ୍ଣ, ବୁଦ୍ଧ ଏବଂ କଲ୍କି ପରି ‘ଦଶବତାର’ ଚିତ୍ରିତ ହୋଇଛି।

ପ୍ରତ୍ନତତ୍ତ୍ୱବିତ୍‍ କହିଛନ୍ତି ଯେ ଏହି ପ୍ରତିମା ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ଭେଙ୍କଟେଶ୍ୱରଙ୍କ ସଦୃଶ ପରି ହୋଇଛି । ଏହି ପ୍ରତିମା ପାଖରେ ଗୁରୁଡ ନାହାଁନ୍ତି, ଯାହାଙ୍କୁ ସବୁବେଳେ ଆମେ ବିଷ୍ଣୁଙ୍କ ମୂର୍ତ୍ତୀ ଗୁଡିକରେ ଦେଖିବାକୁ ପାଇଥାଉ ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories