www.samajalive.in
Thursday, December 11, 2025
23.1 C
Bhubaneswar

ଏକ ଦେଶ ଏକ ନିର୍ବାଚନ – ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା

ଡେସ୍କ: ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ନୂଆଦିଲ୍ଲୀରେ ଏକାସାଙ୍ଗରେ ନିର୍ବାଚନ ଆୟୋଜନ ପାଇଁ ନୂଆଦିଲ୍ଲୀରେ ତିନୋଟି ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିଥିଲେ। ସୀତାରାମ ୟେଚୁରୀ, ନୀଲୋତ୍ପାଲ ବସୁ ଓ ମୁରଲୀଧରନଙ୍କୁ ନେଇ ଗଠିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଓ ସିପିଆଇ(ଏମ୍)ର ତିନି ଜଣିଆ ପ୍ରତିନିଧି ଦଳ କମିଟିକୁ ଭେଟି ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଜଣାଇଛନ୍ତି। ତୃଣମୂଳ କଂଗ୍ରେସର ପ୍ରତିନିଧି ସୁଦୀପ ବନ୍ଦୋପାଧ୍ୟାୟ ଏବଂ କଲ୍ୟାଣ ବନ୍ଦୋପାଧ୍ୟାୟ ମଧ୍ୟ ନିର୍ବାଚନ ଉପରେ ଦଳର ମତାମତ ରଖିଛନ୍ତି। କେ.କେ ଶ୍ରୀବାସ୍ତବ ଓ ହରିଶ୍ଚନ୍ଦ୍ର ସିଂହ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟି ମଧ୍ୟ ବୈଠକ କରି ଦେଶରେ ଏକକାଳୀନ ନିର୍ବାଚନ ଆୟୋଜନ ନେଇ ସେମାନଙ୍କ ଦଳର ଆଭିମୁଖ୍ୟ ସମ୍ପର୍କରେ କମିଟିକୁ ଅବଗତ କରାଇଥିଲେ।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories