www.samajalive.in
Saturday, December 13, 2025
21.1 C
Bhubaneswar

ସାର୍କ ବୈଠକ ବର୍ଜନ କଲେ ଭାରତୀୟ ଅଧିକାରୀ

ଇସଲାମାବାଦ୍‍: ସାର୍କ ବୈଠକ ଚାଲିଥିବା ବେଳେ ଅଧାରୁ ଉଠି ଆସିଛନ୍ତି ଭାରତୀୟ ଅଧିକାରୀ। ପାକ୍‍ ଅଧିକୃତ କାଶ୍ମୀର(ପିଓକେ)ର ଜଣେ ମନ୍ତ୍ରୀଙ୍କୁ ବୈଠକରେ କହିବା ପାଇଁ ପାକ୍‍ ସରକାର ସୁଯୋଗ ଦେଇଥିବାରୁ ପ୍ରତିକ୍ରିୟା ସ୍ୱରୂପ ଭାରତୀୟ ଅଧିକାରୀ ଉପରୋକ୍ତ ପଦକ୍ଷେପ ନେଇଛନ୍ତି।
ସୂଚନାଯୋଗ୍ୟ, ପାକ୍‍ ଅଧିକୃତ କାଶ୍ମୀରକୁ ପାକିସ୍ତାନ ମାନ୍ୟତା ଦେଇ ଆସୁଥିବା ବେଳେ ଭାରତ ପ୍ରତ୍ୟାଖ୍ୟାନ କରି ଆସୁଛି। ତେଣୁ ସାର୍କ ସଦସ୍ୟ ଦେଶଙ୍କ ବୈଠକରେ ପିଓକେର ଉପସ୍ଥିତି ଆଦୌ ଗ୍ରହଣୀୟ ନୁହେଁ ବୋଲି ଭାରତ ସରକାର କହି ଆସୁଛନ୍ତି। କିନ୍ତୁ ପାକିସ୍ତାନର ରାଜଧାନୀରେ ଚାଲିଥିବା ସାର୍କ ଶିଳ୍ପ ଓ ବାଣିଜ୍ୟ ବୈଠକରେ ପିଓକେ ମନ୍ତ୍ରୀ ଚୌଧୁରୀ ମହମ୍ମଦ ସୟଦ୍‍ଙ୍କୁ ନିଜସ୍ୱ ମତ ରଖିବାକୁ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ। ତେଣୁ ଏହାର ପ୍ରତିବାଦ ସ୍ୱରୂପ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଶୁଭମ୍‍ ସିଂହ ବୈଠକ ଅଧାରୁ ଉଠି ଚାଲି ଆସିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories