www.samajalive.in
Thursday, December 11, 2025
15.1 C
Bhubaneswar

ଶତାୟୁ ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ

ନୀଳଗିରି : ନୀଳଗିରି ଅଞ୍ଚଳରେ ଜଣେ ଶତାୟୁ ସ୍ବାଧୀନତା ସଂଗ୍ରାମୀଙ୍କର ପରଲୋକ ହୋଇଛି। ସ୍ବାଧୀନତା ସଂଗ୍ରାମୀ ଜଣକ ହେଉଛନ୍ତି ନୀଳଗିରି ବ୍ଲକ ଅଧୀନ ବରହମପୁର ଅଞ୍ଚଳର ରାମଚନ୍ଦ୍ର ରଣା (୧୦୨)। ତାଙ୍କର ପରଲୋକ ପରେ ସେହି ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ସଂଗ୍ରାମୀ ଜଣକ ମୃତ୍ୟୁ ପର୍ଯ୍ୟନ୍ତ ନିଜେ ରୋଷେଇ କରି ଖାଉଥିଲେ। ଶରୀର ଦୁର୍ବଳ ଥିବା ସତ୍ତ୍ବେ ସେ ନିଜେ ସମସ୍ତ କାମ ସମ୍ଭାଳି ନେଉଥିଲେ। ଏହି ଶତାୟୁ ସଂଗ୍ରାମୀଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ମରଶରୀର ନିକଟରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories