www.samajalive.in
Tuesday, December 9, 2025
17.1 C
Bhubaneswar

ଜାଣନ୍ତୁ, ମହାଦେବଙ୍କ କେଉଁ ଅଭିଷେକ ଦିଏ କି ଫଳ !

ଜୀବନରୁ ଦୁର୍ଭାଗ୍ୟ ଦୂରେଇବା ପାଇଁ ତଥା ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଲୋକେ ବିଭିନ୍ନ ପୂଜାବିଧି ଆପଣାଇ ଥାଆନ୍ତି। ସେହିପରି କିଛି ପଣ୍ଡିତ ବା ଜ୍ୟୋତିଷ ଏପରି ସମସ୍ୟାର ସମାଧାନ ପାଇଁ ପ୍ରଭୁ ଶିବଙ୍କ ଅଭିଷେକ କରିବାକୁ ପରାମର୍ଶ ଦେଇଥାଆନ୍ତି। ଆଜ୍ଞା ହଁ, ଭଗବାନ ଶିବଙ୍କ ଅଭିଷେକ କରିବା ଦ୍ବାରା ଜୀବନର ଅନେକ ସମସ୍ୟା ଦୂର ହେବା ସହ ମନବାଞ୍ଛିତ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ। ହେଲେ ଖୁବ୍ କମ୍ ଲୋକ ଏ ବିଷୟରେ ଅବଗତ ଯେ, ପ୍ରଭୁ ଶିବଙ୍କ ଅଭିଷେକରେ ବ୍ୟବହୃତ ହେଉଥିବା ଭିନ୍ନ ଭିନ୍ନ ସାମଗ୍ରୀ ଭିନ୍ନ ଭିନ୍ନ ଫଳ ଦେଇଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ସାମଗ୍ରୀରେ ପ୍ରଭୁ ଶିବଙ୍କ ଅଭିଷେକ କଲେ କେଉଁ ଫଳ ପ୍ରାପ୍ତ ହୋଇଥାଏ –

କ୍ଷୀର- ଭଗବାନ ଶିବଙ୍କକୁ କ୍ଷୀର ଧାରାରେ ଅଭିଷେକ କଲେ ବ୍ୟକ୍ତି ବୁଦ୍ଧିମାନ ହେବା ସହ ଘରୁ କଳହ ଦୂର ହୋଇଥାଏ।

- Advertisement -

ଜଳ- ଶିବଙ୍କୁ ଜଳ ଧାରାରେ ଅଭିଷେକ କରିବା ଦ୍ୱାରା ବିଭିନ୍ନ ମନୋବାଞ୍ଛା ପୂରଣ ହୁଏ।

ଘିଅ- ଘିଅରେ ଅଭିଷେକ କରିବା ଦ୍ବାରା ବଂଶ ବୃଦ୍ଧି ହୋଇଥାଏ। ଏଥିସହିତ ରୋଗ ସମସ୍ୟା ଦୂର ହୋଇଥାଏ।

ଅତର- ବିଭିନ୍ନ ସୁଗନ୍ଧିତ ଅତରରେ ମହାଦେବଙ୍କୁ ଅଭିଷେକ କରିବା ଦ୍ୱାରା ସୁଖ ସମୃଦ୍ଧିରେ ବୃଦ୍ଧି ଘଟିଥାଏ।

ମହୁ- ମହାଦେବଙ୍କୁ ମହୁରେ ଅଭିଷେକ କରିବା ଦ୍ୱାରା ଟିବି ରୋଗ ଦୂର ହୋଇଥାଏ।

ଗଙ୍ଗା ଜଳ- ଗଙ୍ଗା ଜଳରେ ଅଭିଷେକ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୁଏ।

ଆଖୁ ରସ – ଆଖୁ ରସରେ ଅଭିଷେକ କରିବା ଦ୍ୱାରା ଆନନ୍ଦ ପ୍ରାପ୍ତି ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories