www.samajalive.in
Wednesday, December 10, 2025
26.1 C
Bhubaneswar

‘ଗ୍ରାମୀ ପୁରସ୍କାର ୨୦୨୪’ ଜିତିଲେ ଶଙ୍କର ମହାଦେବନ-ଜାକିର ହୁସେନ୍‍, ବ୍ୟାଣ୍ଡ ‘ଶକ୍ତି’ ଶ୍ରେଷ୍ଠ ଗ୍ଲୋବାଲ୍‍ ମ୍ୟୁଜିକ୍‍ ଆଲବମ୍‍

ମୁମ୍ବାଇ: ବଲିଉଡ କଣ୍ଠଶିଳ୍ପୀ ଶଙ୍କର ମହାଦେବନ ଏବଂ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ୍‍ ଙ୍କୁ ଗ୍ରାମୀ ପୁରସ୍କାର ପ୍ରଦାନ କରାଯାଇଛି । ଏହାସହିତ ତାଙ୍କ ବ୍ୟାଣ୍ଡ ‘ଶକ୍ତି’ର ଆଲବମ୍‍ ଏହି ମୁହୂର୍ତ୍ତ ଶ୍ରେଷ୍ଠ ଗ୍ଲୋବାଲ୍‍ ମ୍ୟୁଜିକ୍‍ ଆଲବମ୍‍ ଆଖ୍ୟା ପାଇଛି । ଏହି ଆଲବମରେ ମୋଟ ୮ଟି ଗୀତ ରହିଛି । ସଙ୍ଗିତ ପାଇଁ ଦିଆଯାଇଥିବା ଗ୍ରାମୀ ପୁରସ୍କାର ହେଉଛି ବିଶ୍ୱର ସବୁଠାରୁ ବଡ ପୁରସ୍କାର । ଲସ୍‍ ଏଞ୍ଜେଲ୍ସର କ୍ରିପ୍ଟୋ କମ ଆର୍ନା ଠାରେ ଏହି ଗ୍ରାମୀ ପୁରସ୍କାର ଆୟୋଜନ କରାଯାଇଛି ।

୩ଥର ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍‍ ଏକ ଭିଡ଼ିଓ ସେୟାର କରି ବ୍ୟାଣ୍ଡକୁ ଅଭିନନ୍ଦନ ଜଣାଇଛନ୍ତି । କେଜ୍‍ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରି କହିଛନ୍ତି ଯେ ‘ଶକ୍ତି’ ଗ୍ରାମୀ ପୁରସ୍କାର ଜିତିଥିବାରୁ ଅଭିନନ୍ଦନ । ଏହି ଆଲବମରେ ୪ଜଣ ବିଶିଷ୍ଟ ସଂଗୀତଜ୍ଞ ଗ୍ରାମୀ ଜିତିଛନ୍ତି । ଭାରତ ପ୍ରତ୍ୟେକ ଦିଗରେ ଅଗ୍ରଗତି କରୁଛି । ଶଙ୍କର ମହାଦେବନ୍‍, ସେଲବଗଣେଶ ବିନାୟକରାମ୍‍, ଗଣେଶ ରାଜଗୋପାଲାନ୍‍, ଏବଂ ଉସ୍ତାଦ ଜାକିର ହୁସେନ୍‍ ଗ୍ରାମୀ ପୁରସ୍କାର ଜିତିଛନ୍ତି । ଜାକିର ହୁସେନ ଉତ୍କଷ୍ଟ ବଂଶୀ ବାଦକ ରାକେଶ ଚେରସିୟାଙ୍କ ସହ ଦ୍ୱିତୀୟ ଥର ଗ୍ରାମୀ ପୁରସ୍କାର ଜିତିଥିଲେ ।

- Advertisement -

ଏହି ଅବସରରେ ଦେଶବାସୀଙ୍କ ସମର୍ଥନ ଯୋଗୁ ଏହା ସମ୍ଭବ ହୋଇଥିବାରୁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ଶଙ୍କର ମହାଦେବନ । ନିରନ୍ତର ସମର୍ଥନ ପାଇଁ ତାଙ୍କ ପତ୍ନୀଙ୍କୁ ଏବଂ ପରିବାରକୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି । ଶେଷରେ ସେ କହିଥିଲେ ଯେ ଏହି ପୁରସ୍କାର ମୋ ପତ୍ନୀଙ୍କୁ ଉତ୍ସର୍ଗ କରିବାକୁ ଚହେଁ । ଯାହାଙ୍କୁ ମୋର ସଂଗୀତର ପ୍ରତ୍ୟେକଟି ସ୍ୱର ସମର୍ପିତ ରହିଥାଏ ।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories