www.samajalive.in
Tuesday, December 9, 2025
17.1 C
Bhubaneswar

ରାଶି ଅନୁଯାୟୀ ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ କେଉଁ ଗୁଣ ପସନ୍ଦ ନୁହେଁ

ବେଳେବେଳେ​‌ ଦେଖା ଯାଇଥାଏ ଯେ, ବ୍ୟକ୍ତିମାନେ ଛୋଟ ଛୋଟ କଥାରେ ରାଗି ଥାଆନ୍ତି। ଏପରି ଲୋକଙ୍କ ସ୍ବଭାବ ଠିକ ଭାବେ ଜଣାପଡି ନଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ରାଶି ଦେଖି ବ୍ୟକ୍ତିଙ୍କ ସ୍ବଭାବ ବିଷୟରେ ଜଣାପଡିଥାଏ। ଆସନ୍ତୁ ଜାଣିବା ରାଶି ଅନୁଯାୟୀ କେଉଁ ରାଶିର ବ୍ୟକ୍ତିଙ୍କୁ କେଉଁ ଗୁଣ ପସନ୍ଦ ନୁହେଁ ….

ମେଷ : ମେଷ ରାଶିର ବ୍ୟକ୍ତିଙ୍କୁ ଅଯଥାରେ ବସି ଗୋଡ ହଲାଉଥିବା ବ୍ୟକ୍ତି ପସନ୍ଦ ଆସି ନଥାଆନ୍ତି। ଏହାସହ ଯେଉଁ ବ୍ୟକ୍ତିମାନେ ପଶୁ କିମ୍ବା ପକ୍ଷୀଙ୍କୁ ପଞ୍ଜୁରୀରେ ବନ୍ଦ ରଖି ଥାଆନ୍ତି ସେମାନଙ୍କୁ ପସନ୍ଦ କରି ନଥାଆନ୍ତି।

- Advertisement -

ବୃଷ : ବୃଷ ରାଶିର ବ୍ୟକ୍ତିମାନେ ମିଛ କହୁଥିବା ଲୋକଙ୍କୁ ପସନ୍ଦ କରି ନଥାଆନ୍ତି। ଏହି ରାଶିର ବ୍ୟକ୍ତିମାନେ ନିଜ ମନଇଚ୍ଛା ଅନ୍ୟ ଲୋକଙ୍କୁ ଗାଳି ଦେଇଥାଆନ୍ତି। ଯେଉଁମାନେ ଖରାପ ପୋଷାକ ପିନ୍ଧି ଥାଆନ୍ତି କିମ୍ବା ଅଧିକ ପରଫ୍ୟୁମ ବ୍ୟବହାର କରିଥାଆନ୍ତି ସେମାନଙ୍କୁ ଏହି ରାଶିର ବ୍ୟକ୍ତିମାନେ ପସନ୍ଦ କରି ନଥାଆନ୍ତି।

ମିଥୁନ : ମିଥୁନ ରାଶିର ବ୍ୟକ୍ତିଙ୍କୁ କିଛି ଘଟଣା ଘଟିବାର ପୂର୍ବାଭାଷ ମିଳିଥାଏ। ଏହି ରାଶିର ବ୍ୟକ୍ତିଙ୍କୁ ମଜାମସ୍ତି କରୁଥିବା ଲୋକ ଅଧିକ ପସନ୍ଦ ଆସିଥାଆନ୍ତି। ଏମାନଙ୍କୁ ଲୋକଙ୍କ ନଜରରେ ରହିବା ପସନ୍ଦ ଅଟେ।

କର୍କଟ : ଏହି ରାଶିର ବ୍ୟକ୍ତିଙ୍କୁ ଖରା ଦିନ ପସନ୍ଦ ନୁହେଁ। ଖରାପ ପୋଷାକ ପିନ୍ଧୁଥିବା ଲୋକଙ୍କୁ ଏମାନେ ପସନ୍ଦ କରନ୍ତି ନାହିଁ। ଏହି ରାଶିର ବ୍ୟକ୍ତିମାନେ ଏପରି ଲୋକଙ୍କୁ ପସନ୍ଦ କରନ୍ତି ଯେଉଁମାନେ ନିଜ କାର୍ଯ୍ୟକୁ ଦାୟିତ୍ବର ସହ ଠିକ୍‌ ଭାବେ ପରିଚାଳିତ କରନ୍ତି।

ସିଂହ : ଏହି ରାଶିର ବ୍ୟକ୍ତିମାନେ ନିଜ ମୁହଁରେ ନିଜର ପ୍ରଶଂସା କରିଥାଆନ୍ତି। ଅନ୍ୟ କାହାର ପ୍ରଶଂସାକୁ ଏହି ରାଶିର ବ୍ୟକ୍ତିମାନେ ସହ୍ୟ କରି ପାରନ୍ତି ନାହିଁ। ବର୍ଷାଦିନ ଏମାନଙ୍କୁ ପସନ୍ଦ ନୁହେଁ। ନିଜକୁ ଲୋକ ଲୋଚନକୁ ଆଣିବାକୁ ସର୍ବଦା ଚେଷ୍ଟା କରିଥାଆନ୍ତି।

କନ୍ୟା : କନ୍ୟା ରାଶିର ବ୍ୟକ୍ତିଙ୍କୁ ଅବୁଝା ଲୋକ ପସନ୍ଦ ଆସିଥାଆନ୍ତି। କାରଣ ସେପରି ବ୍ୟକ୍ତିଙ୍କୁ ବୁଝାଇବାକୁ ଏହି ରାଶିର ବ୍ୟକ୍ତିଙ୍କୁ ଭଲ ଲାଗେ। ଅଯଥାରେ କଥା କହୁଥିବା ଲୋକ ଏମାନଙ୍କୁ ପସନ୍ଦ ନୁହେଁ। ଖାଇବା ସମୟରେ ମଜା କରୁଥିବା ଲୋକ ଏହି ରାଶିର ବ୍ୟକ୍ତିଙ୍କୁ ପସନ୍ଦ ଆସି ନଥାଆନ୍ତି।

ତୁଳା : ତୁଳା ରାଶିର ବ୍ୟକ୍ତିଙ୍କୁ ସଙ୍ଗୀତ ଶୁଣିବାକୁ ଭଲ ଲାଗେ। କୌଣସି କାମ ସମୟରେ କାହାର ହସ୍ତକ୍ଷେପ ଏମାନଙ୍କୁ ପସନ୍ଦ ନୁହେଁ। ଦରକାର ସମୟରେ ମନେ ପକାଉଥିବା ଲୋକ ମଧ୍ୟ ତାଙ୍କୁ ପସନ୍ଦ ଆସନ୍ତି ନାହିଁ। ଏମାନେ ପଶୁପକ୍ଷୀଙ୍କୁ ଅତ୍ୟନ୍ତ ସ୍ନେହ ଓ ଯତ୍ନ କରିଥାଆନ୍ତି।

ବିଛା : ବିଛା ରାଶିର ବ୍ୟକ୍ତିମାନେ ଅନେକ ସଚ୍ଚୋଟ ହୋଇଥାଆନ୍ତି। ଏମାନେ ସମସ୍ତ କାର୍ଯ୍ୟର ହିସାବକିତାବ କରିବାରେ ମାହିର ଅଟନ୍ତି। ଯେଉଁ ଲୋକମାନେ କୌଣସି ଜିନିଷ ନେଇ ଫେରାନ୍ତି ନାହିଁ ସେମାନଙ୍କୁ ଏହି ରାଶିର ବ୍ୟକ୍ତିମାନେ ଚିଡି ଥାଆନ୍ତି।

ଧନୁ : ଧନୁ ରାଶିର ବ୍ୟକ୍ତିମାନେ ସମୟାନୁବର୍ତ୍ତିତା ଅଟନ୍ତି। ଡେରିରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ ଏହି ରାଶିର ବ୍ୟକ୍ତିମାନେ ରାଗି ଥାଆନ୍ତି। ଛୋଟ ଛୋଟ କଥାରେ ଅଭିଯୋଗ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଏମାନେ ପସନ୍ଦ କରି ନଥାଆନ୍ତି।

ମକର : ମକର ରାଶିର ବ୍ୟକ୍ତିମାନେ ଲୋଭୀ ଅଟନ୍ତି। ଦରକାର ନ ପଡିଲା ପର୍ଯ୍ୟନ୍ତ ଏମାନେ ଟଙ୍କାଟିଏ ଖର୍ଚ୍ଚ କରି ନଥାଆନ୍ତି। ଏହି ରାଶିର ବ୍ୟକ୍ତିଙ୍କୁ ଟଙ୍କା ଋଣ ମାଗୁଥିବା ବ୍ୟକ୍ତି ପସନ୍ଦ ନୁହେଁ।

କୁମ୍ଭ : ଏହି ରାଶିର ବ୍ୟକ୍ତିଙ୍କୁ ମିଛ କହୁଥିବା ଓ ଧୋକା ଦେଉଥିବା ଲୋକ ପସନ୍ଦ ନୁହେଁ। ଏହି ରାଶିର ବ୍ୟକ୍ତିମାନେ ଖୋଲା ବିଚାରର ହୋଇଥାଆନ୍ତି। ଯାହା କୁହନ୍ତି ମୁହାଁମୁହିଁ ଭାବେ କହି ଥାଆନ୍ତି। କମ କଥା କହୁଥିବା ବ୍ୟକ୍ତିଙ୍କୁ ଏମାନେ ପସନ୍ଦ କରନ୍ତି ନାହିଁ।

ମୀନ : ଏହି ରାଶିର ବ୍ୟକ୍ତିଙ୍କୁ ସଫାସୁତୁରା ପସନ୍ଦ ଅଟେ। ଅପରିଷ୍କାର କରୁଥିବା ବ୍ୟକ୍ତି ଏମାନଙ୍କୁ ପସନ୍ଦ ନୁହେଁ। ଅଧିକ ଶଦ୍ଦ କରି କଥା କହୁଥିବା ଓ ହସୁଥିବା ଲୋକଙ୍କୁ ଏମାନେ ପସନ୍ଦ କରନ୍ତି ନାହିଁ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories