www.samajalive.in
Sunday, December 14, 2025
26.1 C
Bhubaneswar

ବୀର ସୁରେନ୍ଦ୍ର ସାଏ କ୍ଳବରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନଏସି ପକ୍ଷରୁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ କ୍ଳବରେ ଏନଏସିର ସମସ୍ତ କବି ,ଭାଷା ପ୍ରେମୀ ଓ ଶିକ୍ଷା ପ୍ରେମୀମାନଙ୍କୁ ନେଇ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ  ହୋଇ ଯାଇଛି। ଅଧ୍ୟକ୍ଷ ବନମାଳୀ ବରିହାଙ୍କ ସଭା ପତିତ୍ୱରେ ଆୟୋଜିତ ଏହି ସଭାରେ ଉପାଧ୍ୟକ୍ଷl ଅନୁଶୟା  ବିଶ୍ଵାଳ, କାଉନସିଲର  ଶିବାନନ୍ଦ ତ୍ରିପାଠୀ, ଅବସର ପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତପସ୍ଵିନୀ ଗୁରୁ ପ୍ରମୁଖ ମଞ୍ଚାସୀନ ଥିଲେ । ଏନଏସିର  ଏମଆଇଏସ ଦୁର୍ଯ୍ୟୋଧନ ସାହୁ ମଞ୍ଚ ପରିଚାଳନା କରିଥିଲେ । ପ୍ରଥମେ ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ମା’ ସମଲେଶ୍ଵରୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ଉପସ୍ଥିତ ସମସ୍ତେ ସମବେତ ଭାବରେ ‘ଉତ୍କଳ ଜନନୀ’ ଗାନ  କରିଥିଲେ।

ଶିକ୍ଷୟତ୍ରୀ  ଡଃ ତପସ୍ଵିନୀ ଗୁରୁ,  ଶିକ୍ଷକ ସରୋଜ ରଥ ,ମମତା ସୁସାରୀ ଓ ବୀରେନ୍ଦ୍ର ମିଶ୍ରଙ୍କୁ ସାହିତ୍ୟ ଓ ଭାଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସମାଜର ବିକାଶରେ ଭାଷାର  ଓଡ଼ିଆ ଭାଷା ପ୍ରତି ସମସ୍ତଙ୍କର ସମ୍ମାନବୋଧ ରହିବାର ଆବଶ୍ୟକତା ରହିଛି ଏବଂ ନିଜ ଭାଷାକୁ ନେଇ ଆମେ ଗର୍ବ ଅନୁଭବ କରିବା ଉଚିତ ବୋଲି ଶ୍ରୀମତୀ ଦେବତା ନିଜ ବକ୍ତବ୍ୟରେ  ପ୍ରକାଶ କରିଥିଲେ ।  ଏନଏସି  ବିଜେଡି ସଭାପତି   ସିଦ୍ଧାର୍ଥ ଶଙ୍କର ପଣ୍ଡା, ବିଧାୟିକା ପ୍ରତିନିଧି ଯତୀନ ଦାଶ, ପୂର୍ବତନ କାଉନସିଲର ରଘୁ ବାରିକ୍, ପ୍ରଦୀପ ପ୍ରଧାନ, ପ୍ରସନ୍ନ ବେହେରା, ଓକିଲ ସଂଘର ପୂର୍ବତନ ସଭାପତି ଉନି ନାୟାର , ଟୁନୁ କରାଳି, ପ୍ରୀତି ନନ୍ଦା ଭୋଇ, ରାମେଶ୍ବର ପ୍ରଧାନ, ଦିଲୀପ ବିଶ୍ଵାଳ ଓ ନବ କିଶୋର ମାଟି  ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories