www.samajalive.in
Monday, December 8, 2025
17.1 C
Bhubaneswar

ପଥରରେ ଯୁବକକୁ ମରଣାନ୍ତକ ଆକ୍ରମଣ,ଜଣେ ଗିରଫ

କେଶଦୁରାପାଳ : କଇନିପୁରାଗ୍ରାମର ଜଣେ ଯୁବକକୁ ପଥରରେ ମରଣାନ୍ତକ ଆକ୍ରମଣ ହୋଇଛି। ପୁଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ  କରିଥିବା ଜଣାପଡିଛି ।

ସୂଚନାରୁ ଜଣାଯାଏ କଇନିପୁରାଗ୍ରାମର ନବଘନ ସାହୁଙ୍କ ପୁଅ କୁଳମଣି ସାହୁ (୪୪) ସାଙ୍ଗ ଗୋଲକ ବିହାରୀ ସାହୁ ସହିତ ବାଇକ ଯୋଗେ ଶାଳପଡାକୁ ଯାଉଥିବାବେଳେ ଘସିପୁରା ଥାନା ଅନ୍ତର୍ଗତ ଭାଟି ଶିରା ଛକ ନିକଟରେ ସରେଇ ଆଡୁ ଆସୁଥିବା ଏକ ବାଲି ବୋଝେଇ ଟ୍ରାକ୍ଟର ହଠାତ୍ ରାସ୍ତା ଉପରେ ବୁଲେଇ ଦେଇଥିଲେ। ଫଳରେ ଟ୍ରାକ୍କରଟି ଓଲଟି ପଡିଥିଲା ଏବଂ କୁଳମଣି ସାହୁ (୪୪) ତାଙ୍କ ସାଙ୍ଗ ଗୋଲକ ବିହାରୀ ସାହୁ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ । ଟ୍ରାକ୍ଟର ଚାଳକ ଗାଡି ତଳେ ପଡ଼ିଯାଇଥିବା ଦେଖି ସେମାନେ ପୁଲିସକୁ ଫୋନ କରିଥିଲେ। ଏହା ଦେଖି ଟ୍ରାକ୍ଟର ଚାଳକ ଗାଡି ମାଲିକ ସୁରେନ୍ଦ୍ର ଜେନାଙ୍କୁ ଫୋନ ଯୋଗେ ଡାକି ଥିଲେ ।

- Advertisement -

ଟ୍ରାକ୍ଟର ଗାଡି ମାଲିକ ସୁରେନ୍ଦ୍ର ଜେନା ସେଠାରେ ପହଞ୍ଚି କୁଳମଣି ସାହୁ (୪୪) ତାଙ୍କ ସାଙ୍ଗ ଗୋଲକ ବିହାରୀ ସାହୁଙ୍କ ଫୋନ ଛଡାଇ ନେବା ସହିତ ସେମାନଙ୍କୁ ପଥରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ କୁଳମଣି ସାହୁ ଘସିପୁରା ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ସୁରେନ୍ଦ୍ର ଜେନା (୩୨)ଙ୍କୁ ଗିରଫ ସହନେଇ / ଥାନା କେଶ ନଂ ୯୮ । ୨୦୨୪ରେ ମାମଲା ରୁଜୁ କରି ଧାର୩୦୭/୫୦୬ /୩୨୩/୩୭୯/୨୭୯/୩୪ରେ କୋର୍ଟ ଚାଲାଣ କରିଥିବା ‘ ଘସିପୁରା ଥାନା ଅଧିକାରୀ ସୁନିଲ କୁମାର କର ପ୍ରକାଶ କରିଛନ୍ତି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories