www.samajalive.in
Saturday, December 13, 2025
26.1 C
Bhubaneswar

ସତ୍ୟବାଦୀରେ ବିଶାଳ ପରିବର୍ତ୍ତନ ଶୋଭାଯାତ୍ରା 

ସାକ୍ଷୀଗୋପାଳ  : ସତ୍ୟବାଦୀରେ ପ୍ରୟାସ ପରିବାର ତରଫରୁ ଆଜି ଏକ ବିଶାଳ ପରିବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯୁବନେତା କାମାକ୍ଷା ପ୍ରଧାନଙ୍କ ନେତୃତ୍ୱରେ ଏହି  ବିଶାଳ ଶୋଭାଯାତ୍ରା  କଣାସ ବ୍ଲକ ଅନ୍ତର୍ଗତ ଗଡ଼ଖାରଦଠାରୁ ଆରମ୍ଭ ହୋଇ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶୁକଳଠାରେ ସତ୍ୟବାଦୀ ବ୍ଲକ ଅଞ୍ଚଳରେ ପ୍ରବେଶ କରି ସାକ୍ଷୀଗୋପାଳ ମନ୍ଦିର ନିକଟରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରା ସାକ୍ଷୀଗୋପାଳ ବଜାର ପରିକ୍ରମା କରିଥିଲା ।

ଏହି ବିଶାଳ ଶୋଭାଯାତ୍ରା ସତ୍ୟବାଦୀରେ ପରିବର୍ତ୍ତନର ଶୁଭ ସୂଚନା ପ୍ରଦାନ କରୁଛି ବୋଲି କହିଥିଲେ ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦେବ  । ସତ୍ୟବାଦୀ ବ୍ଲକ ଓ କଣାସ ବ୍ଲକର ହଜାର ହଜାର ସଂଖ୍ୟାରେ ମହିଳା, ଯୁବକ, କୃଷକ ଓ ଗୁରୁଜନ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ସତ୍ୟବାଦୀର ହକ ଓ ନ୍ୟାୟ ପାଇବା ନିମନ୍ତେ ସମସ୍ତେ ଏକାଠି ହୋଇଛନ୍ତି । ସତ୍ୟବାଦୀରେ ଏଥର ପରିବର୍ତ୍ତନ ହେବ ଓ ସୁଶାସନ ଆରମ୍ଭ ହେବ ବୋଲି କହିଥିଲେ ଯୁବ ନେତା  କାମାକ୍ଷା ପ୍ରଧାନ  ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories