www.samajalive.in
Saturday, December 6, 2025
16.1 C
Bhubaneswar

ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ… ବଣ୍ଟନ ହେଲା ବିକାଶ ପୁସ୍ତକ

ହରଭଙ୍ଗା : ଗ୍ରାମାଞ୍ଚଳ ଭିତିଭୂମି ପ୍ରୟାସ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟଗୁଡିକ ଉପରେ ପଞ୍ଚାୟତର ଜନସାଧାରଣଙ୍କ ସଚେତନତା ଏବଂ ଲୋକାଭିମୁଖୀ ଲକ୍ଷ୍ୟନେଇ ଶନିବାର ହରଭଙ୍ଗା ବ୍ଲକ ସଦର ବାଣିଭୁଷଣପୁର ପଞ୍ଚାୟତର ଚାରିଛକ ହାଇସ୍କୁଲ ପ୍ରାଙ୍ଗଣରେ ଏକ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଆମ ଓଡିଶା ନବୀନ ଓଡିଶା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା, କାଳିଆ ଯୋଜନା ଭଳି ଅନେକ ଜନହିତକର ଯୋଜନା ଦ୍ୱାରା ଗ୍ରମାଞ୍ଚଳ ଭିତିଭୂମି ସୁଦୃଢହେଵାକୁ ଯାଉଛି ବୋଲି ମତପ୍ରକାଶ କରିଥିଲେ।
ଉପସ୍ଥିତ ଜନସାଧାରଣଙ୍କୁ ଆମ ପଞ୍ଚାୟତର ଗୋଟିଏ ଲେଖାଏଁ ବିକାଶ ପୁସ୍ତକ ବଣ୍ଟନ କରାଯାଇଥିଲା। ଆମ ଓଡିଶା ନବୀନ ଓଡିଶାରେ ଏହି ପଞ୍ଚାୟତର ୧୩ଟି ପ୍ରକଳ୍ପ ପାଇଁ ୫୦ଲକ୍ଷ ଅନୁଦାନ, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୨୫୪୭ଜଣ ହିତାଧିକାରୀ ଅନ୍ତର୍ଭୁକ୍ତ ଏଥିରୁ ୬୨୨ହିତାଧିକାରୀ ଉପକୃତ,୧୫୬ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା, ୧୨୫୩ ପରିବାରକୁ ରାସନକାର୍ଡ,୧୧ଜଣଙ୍କୁ ବିଜୁ ପକ୍କାଘର,୨୩୫ଜଣ ଗର୍ଭବତୀ ମହିଳାଙ୍କୁ ମମତା ଯୋଜନାରେ ସାମିଲ,୨୫ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ ବିନା ସୁଧରେ ୭୪ଲକ୍ଷ ଟଙ୍କା ଋଣ ପ୍ରଦାନ, ୬୬୯ଜଣ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ ସହିତ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ରେଲଣ୍ଡ୍ରେଜୁର ଗ୍ରାମରେ ଠାକୁରାଣୀ ମନ୍ଦିର ନିର୍ମାଣ କରାଯାଇଥିବା ବିକାଶ ପୁସ୍ତକରେ ଉଲ୍ଲେଖ ରହିଛି।
ଏଥିସହିତ ୫ଟି ଚାରିଛକ ହାଇସ୍କୁଲ, ପଞ୍ଚାୟତ ପାଠାଗାର ସାଙ୍ଗକୁ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବିବରଣୀ ପ୍ରଦାନ କରାଯାଇ ଏହାର ସଚେତନତା ଉପରେ ବିଶେଷ ଗୁରତ୍ୱ ଦିଆଯାଇଛି। ଆଜିର କାର୍ଯ୍ୟକ୍ରମ ପରେ ଆଗାମୀ ଦିନରେ ଧାର୍ଯ୍ୟ ତାରିଖ ଅନୁସାରେ ପ୍ରତି ପଂଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇ ପଂଚାୟତର ଜନସାଧାରଣଙ୍କୁ ରାଜ୍ୟସରକାରଙ୍କ ସମସ୍ତ ଜନହିତକର ଯୋଜନା ଉପରେ ସଚେତନତା କରାଯିବ ଏହାର ମୂଳଲକ୍ଷ୍ୟ । ଯାହାଦ୍ୱାରା ସାଧାରଣ ଲୋକେ ନିଜ ପଞ୍ଚାୟତର ବିକାଶ କଥା ବିକାଶ ପୁସ୍ତକ ପଢ଼ି ଜାଣିପାରିବେ। ଆଜିର କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅନ୍ୟତମ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀବନ୍ତ ମେହେର, ହରଭଙ୍ଗା ବି. ଡି. ଓ ସ୍ୱପ୍ନିତା ନାଏକ ପ୍ରମୁଖ ମଞ୍ଚାସିନ ଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories