www.samajalive.in
Monday, December 8, 2025
24.1 C
Bhubaneswar

କବି ଓ ଲେଖକଙ୍କୁ ସମ୍ମାନ ଜଣେଇଲେ କେ. ଭି କଲେଜ ଛାତ୍ରଛାତ୍ରୀ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବଲାଙ୍ଗିରର ବିଶିଷ୍ଟ କବି ଓ ଲେଖକଙ୍କୁ ଭେଟି ତାଙ୍କୁ ସମ୍ମାନ ଜଣେଇଛନ୍ତି କଣ୍ଟାବାଞ୍ଜି ବୈଷୟିକ ଡିଗ୍ରୀ ମହାବିଦ୍ୟାଳୟର ସ୍ନାତ କୋତ୍ତର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ମାନେ । ପୂଜ୍ୟ ପୂଜା ପରମ୍ପରା କ୍ରମେ ସେମାନେ ପଦ୍ମଶ୍ରୀ ଶ୍ରୀନିବାଶ ଉଦ୍ଗାତା ବିଶିଷ୍ଟ ଲେଖିକା ଗାୟତ୍ରୀ ସରାଫ , ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଉମା ବଲ୍ଲଭ ମହାପାତ୍ର , କବି ଆନନ୍ଦଚନ୍ଦ୍ର ସାହୁ, ସନ୍ତୋଷ କୁମାର ରଥଙ୍କୁ ଭେଟିଥିଲେ ଏବଂ ଫୁଲ ଓ ଉପଢୌକନ ଦେଇ ସମ୍ମାନିତ କରି ଆଶୀର୍ବାଦ ଭିକ୍ଷା କରିଥିଲେ । କେଭି କଲେଜର ସ୍ନାତ୍ତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ଡ ସଞ୍ଜୟ କୁମାର ମିଶ୍ର ଏହି ଅବସରରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଛାତ୍ର ଭାଗ୍ୟବନ୍ତ ମହାଳିଙ୍ଗ, ଛାତ୍ରୀ ମାନଶୀ ମେହେର, ମମିତା ରଣା, ଯୋଗୀତା ପ୍ରଧାନ , ବିନା ମେହର , କଲ୍ୟାଣି କୁମ୍ଭାର ଓ ଯୋଗେଶ୍ୱରୀ ପୁଟେଲ ପ୍ରମୂଖ ଭାଗ ନେଇଥିଲେ। ସୃଜନୀ ଶକ୍ତିର ବିକାଶ କରିବା ଓ ପୁଜ୍ୟପୂଜା ପରମ୍ପରାକୁ ବଜାୟ ରଖିବା ଏ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଦ ସଞ୍ଜୟ ମିଶ୍ର କହିଥିଲେ ।

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories