www.samajalive.in
Thursday, December 11, 2025
13.1 C
Bhubaneswar

ବିଜୁଙ୍କ ସ୍ମୃତିରକ୍ଷା ଲାଗି ସରକାରଙ୍କ ତତ୍ପରତା

ଭୁବନେଶ୍ୱର : ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ‘ଡାକୋଟା’କୁ କଲକାତା ବିମାନ ବନ୍ଦରରୁ ଓଡ଼ିଶା ଫେରାଇ ଆଣିବାପାଇଁ ବର୍ଷକ ତଳେ ସରକାରୀସ୍ତରରେ ତତ୍ପରତା ଦେଖା ଦେଇଥି​‌େ​‌ଲ ହେଁ ପରବର୍ତ୍ତୀ ସମୟରେ ଶୀଥିଳ ପଡି ଯାଇଥିଲା। ଏବେ ପୁଣିଥରେ ସରକାରୀସ୍ତରରେ ଡାକୋଟାକୁ ନେଇ ତତ୍ପରତା ଦେଖାଦେଇଛି। ଏନେଇ ଗତ ସପ୍ତାହରେ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡାକୋଟାର ଭିତ୍ତିଭୂମି ସୁଦୃଢ଼ କରାଯିବା
ସହିତ ସୌନ୍ଦର୍ଯ୍ୟକରଣ ଲାଗି ୧୦କୋଟି ଟଙ୍କାର ବଜେଟ୍‍ ପ୍ରସ୍ତାବ ପ୍ରସ୍ତୁତ ହୋଇଛି। ଏହି ପ୍ରସ୍ତାବକୁ ଅନୁମୋଦନ ଲାଗି ସରକାରଙ୍କ ନିକଟକୁ ପଠାଯାଇଛି।
ସରକାରଙ୍କ ଅନୁମୋଦନ ପରେ ଉକ୍ତ ଅର୍ଥ ଓ ପୂର୍ଣ୍ଣାଙ୍ଗ ଦାୟିତ୍ବ ସଂସ୍କୃତି ବିଭାଗକୁ ପ୍ରଦାନ କରାଯିବ। ସଂସ୍କୃତି ବିଭାଗ ଡାକୋଟା କିଭଳି କଲକାତାରୁ ଆସିବ ଏବଂ ତାହା କେଉଁଠି ରହିବ ସେନେଇ ସ୍ଥିର କରିବ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ ୨୦୧୭ ଡିସେମ୍ବରରେ ଏସଂକ୍ରାନ୍ତରେ ଭାରତୀୟ ବିମାନ ବନ୍ଦର ପ୍ରାଧୀକରଣ ଅଧ୍ୟକ୍ଷ ଡ. ଗୁରୁପ୍ରସାଦ ମହାପାତ୍ର ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପତ୍ର ଲେଖି କିଭଳି ମହାନ ଦେଶଭକ୍ତ ବିଜୁ ପଟ୍ଟନାୟକଙ୍କ ସ୍ମୃତି ବିଜୁ ସଂଗ୍ରହାଳୟରେ ସାଇତା ହୋଇ ରହିପାରିବ ଏବଂ ରାଜ୍ୟବାସୀ ତାଙ୍କ ସାହାସିକତାରେ ଉଦ୍‍ବୃତ ହେବେ ସେନେଇ ଦର୍ଶାଇଥିଲେ। ଏହାକୁ ନେଇ ସେତେବେଳେ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଦେଇଥିଲା। ମୁଖ୍ୟଶାସନ ସଚିବ ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ତତ୍କାଳୀନ ଅତିରିକ୍ତ ଶାସନ ସଚିବ ପ୍ରଦୀପ ବିଶ୍ବାଳ କଲକତା ଯାଇ ଡାକାଟୋର ସ୍ଥାତାବସ୍ଥା ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏଥିପାଇଁ କେତେ ପରିମିତ ଜମି ଆବଶ୍ୟକ ତାହା ଅନୁଧ୍ୟାନ କରି ସରକାରଙ୍କ ଅବଗତ କରାଇଥିଲେ। ତେବେ ଡାକୋଟାକୁ ଓଡ଼ିଶା ଅଣାଯିବା ପରେ ତାକୁ ବିଜୁ ସଂଗ୍ରହାଳୟରେ ରଖିବା ଲାଗି ପ୍ରଥମ ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଥିଲା। ଏନେଇ କଟକ ତତ୍କାଳୀନ ଜିଲାପାଳ ସୁଶାନ୍ତ ମହାପାତ୍ର ବିଜୁ ସଂଗ୍ରହାଳୟ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଥିଲେ। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ବିଜୁ ସଂଗ୍ରହାଳୟରେ ଆବଶ୍ୟକୀୟ ଜମି ନଥିବା ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ପର୍ଯ୍ୟାପ୍ତ ସୁବିଧା ନଥିବା ଦୃଷ୍ଟିରୁ ଏହାକୁ ଭୁବନେଶ୍ବରରେ କରାଯିବାକୁ ପ୍ରସ୍ତାବ ରହିଥିଲା। ନିକଟରେ ଶ୍ରୀ ମୀନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍ବତନ୍ତ୍ର ପ୍ରକୋଷ୍ଠ କରି ଡାକୋଟାକୁ ସଂରକ୍ଷିତ କରି ରଖିବାପାଇଁ ସ୍ଥିର ହୋଇଛି। ଡିସି-୩ ଡାକୋଟାକୁ କିଭଳି ଅଧିକ ସୌନ୍ଦର୍ଯ୍ୟକରଣ କରାଯାଇ ପାରିବ ତା’ ମଧ୍ୟ ବୈଠକରେ ଆଲୋଚନା ହୋଇଛି।
ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବ ହିମାଂଶୁ ଭୂଷଣ ପଣ୍ଡାଙ୍କ ସଚନା ଅନୁଯାୟୀ ଡାକୋଟାର ସମ୍ପୂର୍ଣ୍ଣ ଦାୟିତ୍ବ ସଂସ୍କୃତି ବିଭାଗକୁ ପ୍ରଦାନ କରାଯିବ। ଏଥିଲାଗି ୧୦କୋଟି ଟଙ୍କାର ଏକ ବଜେଟ୍ ପ୍ରସ୍ତୁତ ହୋଇଛି। ଖୁବ୍ଶୀଘ୍ର ସଂସ୍କୃତି ବିଭାଗ ପକ୍ଷରୁ ଡାକୋଟାର ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି ଯେ ସରକାରୀସ୍ତରରେ ନିଷ୍ପତ୍ତି ଯାହା ହୋଇଛି ତାହା ବିଭାଗର ହସ୍ତଗତ ହୋଇନାହିଁ। ବିଭାଗକୁ ଯାହା ନିର୍ଦେଶ ଆସିବ ତାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories