www.samajalive.in
Monday, December 8, 2025
24.1 C
Bhubaneswar

ଶପଥ ନେବେ ଚମ୍ପଇ ସୋରେନ, ୧୦ଦିନରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ

ରାଞ୍ଚି: ଝାଡଖଣ୍ଡରେ ରାଜନୈତିକ ଅସ୍ଥିରତା ଶେଷ ହେବାକୁ ଯାଉଛି। ଚମ୍ପଇ ସୋରେନ ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଶୁକ୍ରବାର ଚମ୍ପଇ ସୋରେନ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ବିଧାୟକ ଦଳର ନେତା ହେବା ପରେ ଗୁରୁବାର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ତେବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ଆଉ କିଏ ଶପଥ ନେବେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଚମ୍ପଇ ସୋରେନଙ୍କୁ ରାଜ୍ୟପାଳ ୧୦ଦିନ ମଧ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ସମୟ ଦେଇଛନ୍ତି।

ଗୁରୁବାର ସାରାଦିନ ଝାଡଖଣ୍ଡରେ ରାଜନୈତିକ ହଟଚମଟ ଲାଗି ରହିଥିଲା। ସନ୍ଧ୍ୟାରେ ବିଧାୟକଙ୍କୁ ଡକାଇଥିଲେ ରାଜ୍ୟପାଳ। ଘୋଡ଼ାବେପାର ଆଶଙ୍କାରେ ମହାଗଠବନ୍ଧନର ବିଧାୟକମାନଙ୍କୁ ରାଞ୍ଚିରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଉଥିଲା। ରାଜ୍ୟପାଳଙ୍କୁ ଚମ୍ପଇ ସୋରେନ ଭେଟିବା ପରେ ବିଧାୟକମାନେ ରାଞ୍ଚି ବିମାନବନ୍ଦରରେ ଏକାଠି ହୋଇଥିଲେ। ପାଗ ଖରାପ ପାଇଁ ବିମାନଟି ରାଞ୍ଚି ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରି ପାରିନଥିଲା। ପରେ ବିଧାୟକମାନେ ସର୍କିଟ ହାଉସରେ ରହିଛନ୍ତି। ଗୁରୁବାର ସନ୍ଧ୍ୟାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଚମ୍ପଇ। ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇବା ସହ ସରକାର ଗଠନ ଲାଗି ସେ ରାଜ୍ୟପାଳଙ୍କୁ ଜଣାଇଥିଲେ।ସେପଟେ ବିଜେପି ମଧ୍ୟ ଶୁକ୍ରବାର ନିଜର ବିଧାୟକ ଦଳ ବୈଠକ ଡାକିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories