www.samajalive.in
Sunday, December 7, 2025
16.1 C
Bhubaneswar

ଭାରତୀୟ ନୌସେନାକୁ ଧନ୍ୟବାଦ ଜଣାଇଲେ ପାକିସ୍ତାନୀ ଓ ଇରାନୀୟ କ୍ରୁ, ଆସିଲା ଉଦ୍ଧାର ବେଳର ଭିଡିଓ

ନୂଆଦିଲ୍ଲୀ: ସୋମାଲିଆ ଜଳଦସ୍ୟୁଙ୍କଠାରୁ ରକ୍ଷା କରିଥିବାରୁ ପାକିସ୍ତାନୀ ଓ ଇରାନୀୟ ଜାହାଜ କର୍ମଚାରୀମାନେ ଭାରତୀୟ ନୌସେନାକୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶେୟାର କରାଯାଇଥିବା ଏକ ଭିଡିଓରେ ପାକିସ୍ତାନୀ ଏବଂ ଇରାନୀୟ କ୍ରୁ ସଦସ୍ୟ କହିଛନ୍ତି ଯେ, ଆମକୁ ସୋମାଲିଆ ଜଳଦସ୍ୟୁମାନେ କାବୁ କରିଥିଲେ। ଠିକ୍ ସେତିକିବେଳେ ଭାରତୀୟ ନୌସେନା ସେଠାରେ ପହଞ୍ଚିଥିଲା। ସେମାନଙ୍କୁ ଦେଖି ସୋମାଲିଆ ଜଳଦସ୍ୟୁମାନେ ଭୟଭୀତ ହୋଇ ନିଜ ଅସ୍ତ୍ରଶସ୍ତ୍ର ଫିଙ୍ଗିଦେଇଥିଲେ। ଆମ ଜୀବନ ରକ୍ଷା କରିଥିବାରୁ ଭାରତୀୟ ନୌସେନାକୁ ଧନ୍ୟବାଦ। ଇତି ମଧ୍ୟରେ ଭାରତୀୟ ନୌସେନାର ମୁଖପାତ୍ର କହିଛନ୍ତି ଯେ, ଭାରତୀୟ ନୌସେନା ଭାରତ ମହାସାଗର ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା ପାଇଁ ପ୍ରତିବଦ୍ଧ।

ସୂଚନାଯୋଗ୍ୟ ଯେ, ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ସୁମିତ୍ରା ସୋମବାର ସୋମାଲିଆର ପୂର୍ବ ଉପକୂଳରେ ଇରାନର ପତାକା ଲାଗିଥିବା ଜାହାଜ ଅଲ ନଇମୀରେ ସାମୁଦ୍ରିକ ଡକାୟତି ଉଦ୍ୟମକୁ ବିଫଳ କରି ସଫଳତାର ସହ ୧୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିଥିଲା। ଏହା ପୂର୍ବରୁ ଜାନୁଆରୀ ୨୮ ରାତିରେ ଭାରତୀୟ ନୌସନୋ ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଇରାନ୍‌ରେ ପଞ୍ଜିକୃତ ମାଛମରା ଜାହାଜ ଏଫ୍‌ଭି ଇମାନ୍‌କୁ ଉଦ୍ଧାର କରିଥିଲା। ସେଥିରେ ୧୭ଜଣ ଇରାନ ନାଗରିକ ଥିଲେ।

- Advertisement -


ଭାରତୀୟ ନୌସେନା ସୋମାଲିଆ ଜଳଦସ୍ୟୁଙ୍କ ବିରୋଧରେ ହୋଇଥିବା ଅଭିଯାନ ଭିଡିଓ ଜାରି କରିଛି। ଏଥିରେ ଦେଖିବାକୁ ମିଳିଛି, ସେନା କିପରି ଜାହାଜର କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରି ସୋମାଲିଆ ଜଳଦସ୍ୟୁଙ୍କୁ ଗିରଫ କରିଥିଲା। ଭାରତୀୟ ନୌସେନା ଅନୁଯାୟୀ, ଉଦ୍ଧାର କାର୍ଯ୍ୟ ସମୟରେ ଯୁଦ୍ଧ ଜାହାଜ ଆଇଏନଏସ ସୁମିତ୍ରାରୁ ଚେତାବନୀ ଗୁଳିଚାଳନା କରାଯାଇଥିଲା। ଭାରତୀୟ ନୌସେନା ଏକ୍ସରେ ଶେୟାର କରିଥିବା ଭିଡିଓରେ ନିରସ୍ତ୍ର ଜଳଦସ୍ୟୁ ନଜର ଆସିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories