www.samajalive.in
Sunday, December 7, 2025
23.1 C
Bhubaneswar

ଅନ୍ତରୀଣ ବଜେଟ୍‌‌ ୨୦୨୪ ; ମଧ୍ୟବିତ୍ତଙ୍କୁ ମିଳିବ ଘର,ଆରମ୍ଭ ହେବ ଯୋଜନା

ନୂଆଦିଲ୍ଲୀ : ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ପୂର୍ବାହ୍ନ ୧୧ଟାରେ ୨୦୨୪ ଆର୍ଥିକ ବଜେଟ୍‌‌ ଉପସ୍ଥାପନ କରିଛନ୍ତି। ଅନ୍ୟାନ୍ୟ କ୍ଷେତ୍ର ପରି ଆବାସିକ କ୍ଷେତ୍ର ଉପରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ବଜେଟ୍‌‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ମଧ୍ୟବିତ୍ତ ଲୋକଙ୍କୁ ସୁଲଭ ଘର ଯୋଗାଇବା ପାଇଁ ଏକ ନୂତନ ଯୋଜନା ଆରମ୍ଭ ହେବ। ଅନ୍ତରୀଣ ବଜେଟ୍‌‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ପ୍ରସାରଣ ଘୋଷଣା କରାଯାଇଛି। ସମସ୍ତଙ୍କ ପାଇଁ ଗୃହ ନିର୍ମାଣ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜୁନ୍‌‌ ୨୦୧୫ରେ ଆରମ୍ଭ କରାଯାଇଥିଲା। ଏହି ଯୋଜନାର ବର୍ତ୍ତମାନର ସମୟସୀମା ଡିସେମ୍ବର ୨୦୨୪କୁ ପାଞ୍ଚ ବର୍ଷ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଯୋଜନା ଅଧୀନରେ ୩ କୋଟି ଘର ଦିଆଯାଇଛି। ଆସନ୍ତା ୫ ବର୍ଷ ମଧ୍ୟରେ ୨ କୋଟି ନୂତନ ଗୃହ ନିର୍ମାଣ କରାଯିବ। ମଧ୍ୟବିତ୍ତ ଲୋକଙ୍କୁ ଗୃହ ଯୋଗାଇବା ପାଇଁ କେନ୍ଦ୍ର ସରକାର ଏକ ଯୋଜନା ଆରମ୍ଭ କରିବେ ବୋଲି ଅର୍ଥମନ୍ତ୍ରୀ ବଜେଟ୍‌‌ ଉପସ୍ଥାପନରେ କହିଛନ୍ତି।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories