www.samajalive.in
Sunday, December 7, 2025
16.1 C
Bhubaneswar

ଧ୍ୱଂସାଭିମୁଖୀ ବାଉଁଶୁଣିର ଐତିହାସିକ ଡାକବଙ୍ଗଳା, ଦାୟୀ କିଏ ? 

ବାଉଁଶୁଣି: କୁହାଯାଏ ଯେଉଁ ଅଞ୍ଚଳର ଇତିହାସ ଯେତେ ସମୃଦ୍ଧ, ସେହି ଅଞ୍ଚଳ ସେତେ ବିକାଶଶୀଳ ଓ ସମୃଦ୍ଧ। ହେଲେ ଗୋଟିଏ ଅଞ୍ଚଳର ଇତିହାସକୁ ଯଦି ସମ୍ପୂର୍ଣ୍ଣ ଧ୍ୱଂସ କରିଦେବାର ଷଡଯନ୍ତ୍ର କରାଯାଉଛି ତେବେ ସେହି ଅଞ୍ଚଳ କାହାକୁ ନେଇ ବିକାଶ ଦିଗରେ ଆଗେଇବ ଓ ସମୃଦ୍ଧ ହେବ। ଏବେ ଏହି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। ଇତିହାସ କହେ ବୌଦ୍ଧ ଗଡଜାତର ରାଜତନ୍ତ୍ର ଶାସନ ସମୟରେ ବୌଦ୍ଧ ରାଜ୍ୟର ୪୪ତମ ଶାସକ ରାଜା ଯୋଗୀନ୍ଦ୍ରଦେବଙ୍କ ରାଜତ୍ୱ କାଳ ୧୮୭୯ ରୁ ୧୯୧୩ ମସିହା ମଧ୍ୟରେ ପ୍ରାଚୀନ ଜଗନ୍ନାଥ ସଡକ ତଥା ମହାନଦୀ କୂଳେ କୂଳେ ବାସୁଦେବପାଲି, ବାଉଁଶୁଣିର ବାଘନଦୀ କୂଳ, ତେଲିବନ୍ଧ, ବୌଦ୍ଧ, କରଡି, ଧଳପୁର, ହରଭଙ୍ଗା ଓ ଶୀତଳପାଣି ଆଦି ସ୍ଥାନରେ ଭବ୍ୟ ବଙ୍ଗଳା ସବୁ ନିର୍ମାଣ କରାଯାଇଥିଲା । ଯାହାକୁ ପରବର୍ତ୍ତୀ ସମମୟରେ ଡାକବଙ୍ଗଳା କୁହାଯାଉଥିଲା। ରାଜତନ୍ତ୍ର ଚାଲିଯିବା ପରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଦାୟିତ୍ୱରେ ଏସବୁ ବଙ୍ଗଳାଗୁଡିକ ରହିଛି। ବାଉଁଶୁଣି ବଙ୍ଗଳାଟି ବାଘନଦୀ ଓ ମହାନଦୀର ସଂଗମସ୍ଥଳ ତଥା ନିକଟରେ ମହାନଦୀ ମଝିରେ ବୁଦାକୁଦ ନାମରେ ଟାପୁ ରହିଥିବା କାରଣରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ବଙ୍ଗଳାର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଥିବାର କୁହାଯାଇଥାଏ। ସେଥିପାଇଁ ବୋଧହୁଏ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏଠାରେ ରାତ୍ରିଯାପନ କରିଥିଲେ ବୋଲି ଅଞ୍ଚଳର ବୟସ୍କ ବ୍ୟକ୍ତିମାନେ କହିଥାନ୍ତି। ଦିନେ ଏହି ବଙ୍ଗଳାରେ ବିଭିନ୍ନ ସଭା ସମିତି କରାଯିବା ସହ ଅଞ୍ଚଳକୁ ଆସୁଥିବା ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଏଠାରେ ରାତ୍ରି ଯାପନ କରୁଥିଲେ। ଏପରିକି ବହୁ ବର୍ଷ ପୂର୍ବରୁ ଛତିଶଗଡ଼ ଅଞ୍ଚଳର ଲୋକେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପାଦରେ ଚାଲି ଚାଲି ଯାଉଥିବା ସମୟରେ ଏଠାରେ ନଦୀ ଥିବାରୁ ରୋଷେଇ କରି ଖାଇପିଇ ବଙ୍ଗଳାରେ ବିଶ୍ରାମ ନେଉଥିଲେ। ହେଲେ ଏଭଳି ଏକ ଐତିହାସିକ ବଙ୍ଗଳାର ବର୍ତ୍ତମାନର ଦୃଶ୍ୟ ଦେଖିଲେ ଯେ କେହିବି ଇତିହାସପ୍ରେମୀ କ୍ଷୋଭ ପ୍ରକାଶ କରିବ ଏଥିରେ ସନ୍ଦେହ ନାହିଁ। କାରଣ ମରାମତି ନାଁରେ ଗତ ତିନି ବର୍ଷ ହେଲା ଏହାର ଛାତ ଭଙ୍ଗାଯାଇଛି। ହେଲେ ମରାମତିର ନା ଗନ୍ଧ ନାହିଁ। ଫଳରେ ଏବେ ଏହା ବର୍ଷାରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇ ଧ୍ବଂସ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ଯଦି ଏହି ଐତିହାସିକ ସ୍ମାରକୀଟି ସମ୍ପୂର୍ଣ୍ଣ ଧ୍ବଂସ ପାଇ ଯାଏତ ଏଥିପାଇଁ ଦାୟୀ କିଏ ରହିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମହଲ ଏବେ ପ୍ରଶ୍ନ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories